Site icon Awaj Media

ଗଜପତି ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ ଫକ୍ସନ ହଲ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକାରିଣୀ ବୈଠକରେ ନୂତନ ଭାବେ ଚୟନ ହୋଇ ବିଭିନ୍ନ ପଦପଦବୀ ପାଇ ଥିବା କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ପରେ ମୃତ୍ୟୁ ବରଣ କରିଥିବା କର୍ମୀ ମାନଙ୍କ ସକାଶେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ବିଜେପିର ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ସଭାପତିତ୍ୱରେ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, କାଶୀ ନଗର ବ୍ଳକ ଅଧ୍ୟକ୍ଷ ସି.ଏଚ.ସୀମାଦ୍ରୀ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଏମ୍.ଗୋପାଳ ରାଓ, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ସାଧାରଣ ସମ୍ପାଦକ କାମଦେବ ବଡ଼ ନାୟକ, ଗୋଶାଣି ବ୍ଳକ ଅଧ୍ୟକ୍ଷା ସି.ଏଚ. ତାରକେଶ୍ୱରୀ, ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ଦଳର ରାଜନୈତିକ ଚିଠା 11ଟି ପ୍ରସ୍ତାବ ଗୁଡିକ ହେଲା ସୀମା ବିବାଦ, ଡ଼ମ୍ବାପୁର ଓ ଚମ୍ପାପୁର ପ୍ରକଳ୍ପ, ମେଡ଼ିକାଲ କଲେଜ, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଧାନ କିଣାରେ ଦୁର୍ନୀତି ଏହି ଭଳି ରାଜନୈତିକ ଚିଠା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ମହିଳା ମୋର୍ଚ୍ଚା ସଭାପତି ପି.ଲତା, ଜାମାଦାର ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version