Site icon Awaj Media

ବିଧାୟକ ମାଡି ବସିଛନ୍ତି ସରକାରୀ ଜାଗା : ଉଚ୍ଛେଦ ଦାବୀରେ ବିଜେପିର ଆନ୍ଦୋଳନ !

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ବିଧାୟକ ମାଡି ବସିଛନ୍ତି ସରକାରୀ ଜାଗା , ଉଚ୍ଛେଦ ଦାବୀରେ ବିଜେପି ଚଳାଇଛି ଆନ୍ଦୋଳନ . ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପୈତୃକ ଘର ନରସିଂହପୁର ବ୍ଲକ ଅନ୍ତର୍ଗତ ଡମକଟା ମୌଜା ରେ ହୋଇଥିବା ବେଳେ ତାଙ୍କ ଘର ଯେଉଁ ପ୍ଲଟ ଉପରେ ନିର୍ମାଣ ହୋଇଛି ତାହା ସରକାରୀ ଜମି ହୋଇଥିବା ଅଭିଯୋଗ କରି ଏବଂ ତାହାର ଉଚ୍ଛେଦ ପ୍ରତିବାଦରେ ବଡମ୍ବା ବିଜେପି ପକ୍ଷରୁ ଗତ 104 ଦିନ ଧରି ନରସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦିଆ ଯାଇଥିବା ଧାରଣା କୁ ଆଜି ପ୍ରତ୍ୟାହାର କରିଛି ବିଜେପି । ବିଜେପିର ଅଭିଯୋଗ ଅନୁଯାୟୀ ସେହି ସରକାରୀ ଜମିରୁ ବିଧାୟକ ନିର୍ମାଣ କରିଥିବା ଦୁଇ ମହଲା ଘର ଏବଂ ପାଚେରୀକୁ ଉଚ୍ଛେଦ କରାଯିବା ପାଇଁ ସ୍ଥାନୀୟ ପ୍ରଶାସନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମିଳିବା ପରେ ବିଜେପି ପକ୍ଷରୁ ଦିଆଯାଇଥିବା ଧାରଣା କୁ ପ୍ରତ୍ୟାହାର କରାଯାଇଛି . ନରସିଂହପୁର ତହସିଲଦାର ଙ୍କୁ ମଧ୍ୟ ତାହାର ଏକ ନକଲ ବିଜେପି ତରଫରୁ ଦିଆଯାଇଛି । ଧାରଣା ପ୍ରତ୍ୟାହାର କରିବା ପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା । ଆଗାମୀ 15 ଦିନ ଭିତରେ ଯଦି ସ୍ଥାନୀୟ ପ୍ରଶାସନ ବିଧାୟକ ଜବରଦଖଲ କରିଥିବା ଜାଗାକୁ ଉଚ୍ଛେଦ ନକରେ ତେବେ ପୁଣି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ।

Exit mobile version