Site icon Awaj Media

କ.ନୂଆଗାଁ ବ୍ଲକ ଅଞ୍ଚଳରେ ଅଜଣା ରୋଗ ଆତଙ୍କ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଗତ ଏକ ସପ୍ତାହ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ପାଞ୍ଚଜଣ ରୋଗୀ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଆଉ କିଛି ରୋଗୀ ଏଯାଏଁ ଡାକ୍ତରଖାନା ନଯାଇ ଘରେ ଚିକିତ୍ସିତ ହେଉଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସୂଚନା ଥାଉ କି ସୁସ୍ଥ ଥିବା ଲୋକେ ହଠାତ ରୋଗାକ୍ରାନ୍ତ ହେଉଛନ୍ତି । ପ୍ରାଥମିକ ଲକ୍ଷଣ ଆକାରରେ ଲୋକଙ୍କୁ ଜ୍ୱର ,ଝାଡ଼ା, ବାନ୍ତି ହେଉଛି । ସେପଟେ ବର୍ତ୍ତମାନ ସୁଦ୍ଧା ରୋଗର ପ୍ରକୃତ କାରଣ ଜଣାପଡ଼ିନାହିଁ, ଏନେଇ ଆମେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇଛୁ ବୋଲି କହିଛନ୍ତି କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କ୍ରିଷ୍ଣା ନାୟକ । ଅନ୍ୟପଟେ ପାଣି ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରି ଯୋଗାଣ ପାଣି ଟାଙ୍କିରେ ଔଷଧ ପକା ଯାଇଥିବା ବିଷୟ କ.ନୂଆଗାଁ ବିଡ଼ିଓ ଶରତ ପାତ୍ର କହିଛନ୍ତି ।

Exit mobile version