Site icon Awaj Media

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୧ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବୟାଳିଶ ମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ମିଳିତ ଆନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସରସ୍ୱତୀ କଳା ପରିଷଦ” ପରିଚାଳନାରେ ପରିଷଦର କଳାବିହାର, କନ୍ଦରପୁର କାର୍ଯ୍ୟାଳୟରେ ସାହିତ୍ୟ ସଭା, ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ, ନାଟ୍ୟକାର ଅଶୋକ ପଟ୍ଟନାୟକ, ସରୋଜ ନଳିନୀ ପରିଜା, ବିକ୍ରମ ନନ୍ଦ, ମହାଦେବ ମହାରଣା, ଅଧ୍ୟାପକ କଲିମୁଲ୍ଲା, ପ୍ରଫୁଲ୍ଲ ଦାସ, ସଂଧ୍ୟାରାଣୀ ଦାଶ, ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ସଭାରେ ତିନି ଅନୁଷ୍ଠାନ ପକ୍ଷରୁ ଚକ୍ରବର୍ତ୍ତୀ ଓତା, ଦୈତାରୀ ପ୍ରଧାନ, ପ୍ରଦୀପ ମହାଳି, ବାବୁଲି ପାତ୍ର ପ୍ରମୂଖଙ୍କ ପରିଚାଳନାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, ସୁକାନ୍ତ ବେଉରା, ସର୍ବେଶ୍ୱର ମିଶ୍ର, ସୁପ୍ରଭା ମିଶ୍ର, ସୈୟଦ ସାଜିତ ଅଲ୍ଲି, ଭୈରବ ସେଠୀ, ଚିତ୍ତରଂଜନ ବେହେରା, ରତିକାନ୍ତ ପଟ୍ଟନାୟକ, ଶରତ ଚନ୍ଦ୍ର ଜେନା, ବିଭୂ ପ୍ରସାଦ ସ୍ୱାଇଁ, ତାପସ ରାଉତରାୟ, ସୂର୍ଯ୍ୟନାରାୟଣ ଦାସ, ଉଦୟନାଥ କୁଣ୍ଡୁ ଏବଂ ଅନ୍ୟାନ୍ୟ ପ୍ରତିଭା ଓ ସଂଗଠନ ମଧ୍ୟରେ ବାଉରୀବନ୍ଧୁ ସ୍ୱାଇଁ, ପୁନମ ପ୍ରିୟଦର୍ଶୀନୀ, ରେଶମା ରାଉତ, ଅକ୍ଷୟ ଓଝା, ଚନ୍ଦ୍ରମଣି ସ୍ୱାଇଁ, ସିତାଂଶୁ ଜେନା, ପ୍ରତାପ ବେହେରା, ଆଲୋକ ଭୋଇ, ସରସ୍ଵତୀ କଳା ପରିଷଦ, ଉତ୍କଳ ବିକାଶ ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ – ଓଡ଼ିଶା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version