Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶ ମୌଜାର ଧାର୍ମିକ ପୀଠରେ ହନୁମାନ ଚାଳିଶା ପାଠ ।

Spread the love

କଟକ ( ଆୱାଜ ମିଡ଼ିଆ ) ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ ପକ୍ଷରୁ ପବିତ୍ର ପଣାସଂକ୍ରାନ୍ତି ଓ ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ବୟାଳିଶମୌଜା ଉପକଣ୍ଠ କଳପଡା ପଂଚାୟତର କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣ, କୂଳସରିଚୁଆଁ ପଂଚାୟତର ନୀଳକଣ୍ଠନାଥ ମନ୍ଦିର, ବେଣ୍ଟକାର ପଂଚାୟତର କଣ୍ଟୁଣିଆ ବୈଷ୍ଣବ ବାଗସ୍ଥିତ ଦ୍ଵାରିକା ନାଥପୀଠ ଆଦି ବହୁ ଧାର୍ମିକ ସ୍ଥାନରେ ପବନ ସୁତ ହନୁମାନଙ୍କର ଜୟନ୍ତୀ ପାଳନ, ହନୁମାନ ଚାଳିଶା ପାଠ ଏବଂ ପଣାଭୋଗର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଧାର୍ମିକ କାର୍ଯ୍ୟରେ ପରିଷଦର କାର୍ଯ୍ୟକର୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁ ବର୍ଗ ଉପସ୍ଥିତ ରହି ହନୁମାନ ଚାଳିଶା ପାଠ କରିବା ସହ ପ୍ରସାଦ ସେବନ କରିଥିଲେ । ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପବିତ୍ର ପଣାସଂକ୍ରାନ୍ତି, ରାଷ୍ଟ୍ରୀୟ ନବବର୍ଷ ପାଳନ ଏବଂ ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ସଦର ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କରୋନା କଟକଣା ପାଳନ ପୂର୍ବକ ପ୍ରତିରୋଧ ହିଁ ପ୍ରତିକାର ବ୍ୟବସ୍ଥା ଆପଣାଇ ସୁସ୍ଥ ରହିବାକୁ ନିବେଦନ କରିଛନ୍ତି ।

Exit mobile version