Site icon Awaj Media

କରୋନା ଯୋଦ୍ଧା ଅଭିରାମ ସାହୁ ପାଇଲେ “ଦୟାନିଧି ପ୍ରତିଭା ସମ୍ମାନ -୨୦୨୧”

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବୟାଳିଶ ମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ମିଳିତ ଆନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସରସ୍ୱତୀ କଳା ପରିଷଦ” ପରିଚାଳନାରେ ପରିଷଦର କଳାବିହାର, କନ୍ଦରପୁର କାର୍ଯ୍ୟାଳୟରେ ସାହିତ୍ୟ ସଭା, ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିଷ୍ଠାନର ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ, ନାଟ୍ୟକାର ଅଶୋକ ପଟ୍ଟନାୟକ, ସରୋଜ ନଳିନୀ ପରିଜା, ବିକ୍ରମ ନନ୍ଦ, ମହାଦେବ ମହାରଣା, ଅଧ୍ୟାପକ କଲିମୁଲ୍ଲା, ପ୍ରଫୁଲ୍ଲ ଦାସ, ସଂଧ୍ୟାରାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ତ୍ରୟ ଅନୁଷ୍ଠାନ ପକ୍ଷରୁ ଚକ୍ରବର୍ତ୍ତୀ ଓତା,ଅଭିନେତା ଦୈତାରୀ ପ୍ରଧାନ,ପ୍ରଦୀପ ମହାଳି,ବାବୁଲି ପାତ୍ର କାର୍ଯ୍ୟକର୍ତାଙ୍କ ପରିଚାଳନାରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବହୁ ସାମ୍ବାଦିକ, କବି, ସମାଜସେବୀ, ଚିତ୍ରଶିଳ୍ପୀ, ବିଭିନ୍ନ ସଂଗଠନ ମାନଙ୍କସହ ଵଂବୁରୀ,କନ୍ଦରପୁର ମାଟିର ସୁଯୋଗ୍ୟ ସନ୍ତାନ କରୋନା ଯୋଦ୍ଧା ଅଭିରାମ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ସାହୁ ଜଣେ ସମାଜସେବୀ, ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ, କଳାପ୍ରେମୀ ମଣିଷ ଭାବେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି ।

Exit mobile version