Site icon Awaj Media

ଶୁଭ ସକାଳ ବାର୍ଷିକ ସାହିତ୍ୟ ପତ୍ରିକା ଉନ୍ମୋଚନ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସାଇ ନଗର ଠାରେ ଥିବା ଭକ୍ତି ସଙ୍ଗୀତ ସଂସଦ ଠାରେ ଶୁଭ ସକାଳ ବାର୍ଷିକ ସାହିତ୍ୟ ପତ୍ରିକାର ଉନ୍ମୋଚତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭଗବତ ପାଢ଼ୀ, ମୁଖ୍ୟ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ମୁଖ୍ୟ ବକ୍ତା ଭାବେ ଡ଼.କଲ୍ୟାଣି ମିଶ୍ର ସମ୍ମାନୀତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ରଥ, ଶୁଭ ସକାଳ ପତ୍ରିକାର ସମ୍ପାଦକ ବାବାଜୀ ଚରଣ ବେହେରା ମଞ୍ଚାସିନ ଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଭଗବତ ପାଢ଼ୀ . ବକ୍ତା ମାନେ କାର୍ଯ୍ୟକ୍ରମ ଅବସରରେ କିପରି ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଓ ସମୃଦ୍ଧି ହେବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ପରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଜଗଦୀଶ ମହାପାତ୍ର, ସଚ୍ଚିଦାନନ୍ଦ ସାମଲ, ବିଚିତ୍ରା ନନ୍ଦ ବେବର୍ତ୍ତା, ଭଗବତ ପାଢ଼ୀ, ଡ଼. କଲ୍ୟାଣି ମିଶ୍ର, ରାଜେନ୍ଦ୍ର ରଥ, ପୁଷ୍ପାଞ୍ଜଳି ପୁରୋହିତ, ପ୍ରଣତି ବେହେରା, ସ୍ନିଗ୍ଧାରାଣୀ ମିଶ୍ର ନିଜ ନିଜର କବିତା ପାଠ କରିଥିଲେ . ଅତିଥି ମାନେ ଶୁଭ ସକାଳ ସାହିତ୍ୟ ବାର୍ଷିକ ପତ୍ରିକା ଉନ୍ମୋଚିତ କରିବା ପରେ , ପତ୍ରିକା କୁ ସମସ୍ତ ଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଜ୍ଞାନୀ, ଗୁଣି ଓ ସାହିତ୍ୟିକ ଉପସ୍ଥିତ ଥିଲେ । ବାବାଜୀ ଚରଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version