Site icon Awaj Media

ବିଦ୍ୟାଳୟ ପରିଦର୍ଶନ କଲେ “ମୋ ସ୍କୁଲ” ରାଜ୍ୟ ପ୍ରକଳ୍ପ ସଂଯୋଜକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମୋ ସ୍କୁଲ ଅଭିଯାନର ରାଜ୍ୟ ପ୍ରକଳ୍ପ ଅଧିକାରୀ ହିମାଂଶୁ ଭୂଷଣ ଓଝା ନୟାଗଡ ଜିଲ୍ଲା ରଣପୁର ବ୍ଲକର ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ଜଣା ପଡିଛି l ତାଙ୍କ ସହିତ “ମୋ ସ୍କୁଲ” ର ରାଜ୍ୟ ଆଞ୍ଚଳିକ ସଂଯୋଜକ ଶୁଭ ପାଲିତ, ରାଜ୍ୟ ଲୋକ ସମ୍ପର୍କ ଅଧିକାରୀ ତନ୍ମୟ ଦାସ, ନୟାଗଡ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ, ନୟାଗଡ ଜିଲ୍ଲା “ମୋ ସ୍କୁଲ” ସଂଯୋଜକ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିଥିଲେ l

ବିଦ୍ୟାଳୟର ମୋ ସ୍କୁଲ ଯୋଜନାରେ ହୋଇଥିବା ଲାଇବ୍ରେରୀ, ବିଜ୍ଞାନ କକ୍ଷ ଓ ସ୍ମାର୍ଟ ଶ୍ରେଣୀ, ପ୍ରାର୍ଥନା କକ୍ଷ ଆଦି ଗୃହ ବୁଲି ଦେଖିଥିଲେ l ଏହା ସହିତ ମୋ ସ୍କୁଲ ଅଭିଯାନ ଦ୍ୱାରା ବିଦ୍ୟାଳୟର କିପରି ଅଧିକ ଉନ୍ନତି କରାଯାଇ ପାରିବ ସେ ସମ୍ବନ୍ଧରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ l ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଅଶୋକ ଦାସ, ସୁଶୀଲ କୁମାର ରଣା, ଶତ୍ରୁଘନ ପାଇକରାୟ, କବିଚନ୍ଦ୍ର ସାହୁ, ମୋ ସ୍କୁଲ ସଭାପତି ନବ କିଶୋର ରାୟ, ରାଜ କିଶୋର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ଚନ୍ଦ୍ର ପ୍ରଧାନ, ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version