Site icon Awaj Media

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଶିକ୍ଷକ, ଶିକ୍ଷୟିତ୍ରୀ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉତ୍କଳ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶିନାୟକଙ୍କ ଆହ୍ୱାନ କ୍ରମେ ଚଳିତ ମାସର ଦରମା ଆଜି ପର୍ଯ୍ୟନ୍ତ ନମିଳିବା ଏବଂ ଏହି ସମସ୍ୟା ଲାଗି ରହୁଥିଲେ ବି ସମାଧାନ ନହେବାରୁ ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଖବରପାଇ ଏସ୍ଆଇ ଜୟନ୍ତ କୁମାର ସେଠୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାସୁଝା କରିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକଙ୍କ ସହ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ନାୟକ ମାସକ ଭିତରେ ସମସ୍ତ ସମସ୍ୟାର ସମାଧାନ କରିବାର ଲିଖିତ ପ୍ରତିଶ୍ରୁତି ଦେବାପରେ ବିକ୍ଷୋଭରତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟାଳୟ ତାଲା ଖୋଲିବା ସହ ବିକ୍ଷୋଭ ପ୍ରତ୍ୟାହାର କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ଉତ୍କଳ ଶିକ୍ଷକ ସଂଘର ବ୍ଲକ ସଭାପତି ଶରତ ଚନ୍ଦ୍ର ଦେଶିନାୟକ, ସମ୍ପାଦକ ଶରତ ଚନ୍ଦ୍ର ମାଝୀ, ଜିଲ୍ଲା-ପରିଷଦ ଶିକ୍ଷକ ସଂଘର କନ୍ଧମାଳ ଜିଲ୍ଲା ସଭାପତି କୁମର ପରାସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version