Site icon Awaj Media

ଏକ ସୁନ୍ଦର ସାହିତ୍ୟ ପତ୍ରିକା : ସୃଜନର ଇସ୍ତାହାର – ପ୍ରତୀକ୍ଷା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରକାଶିତ ହୋଇଛି ତ୍ରୟ ମାସିକ ସାହିତ୍ୟ ପତ୍ରିକା ପ୍ରତୀକ୍ଷା ର ଦ୍ଵିତୀୟ ସଂସ୍କରଣ . ଆକର୍ଷଣୀୟ ପ୍ରଚ୍ଛଦ , ସୁନ୍ଦର ଅଳଙ୍କରଣ , ମାର୍ମିକ ଲେଖା ଏବଂ ହୃଦୟସ୍ପର୍ଶୀ କବିତାର ସମାହାରରେ ରୁଦ୍ଧିମନ୍ତ ହୋଇଛି ପତ୍ରିକାର ହୋଲି ବିଶେଷାଙ୍କ . ଯୁବ ସାମାଜିକ କର୍ମୀ ଲେଖକ ସୁବ୍ରତ କୁମାର ନାୟକଙ୍କ ସମ୍ପାଦନାରେ ପରିପୁଷ୍ଟ ଏହି ପତ୍ରିକାର ମୁଖ୍ୟ ସମ୍ପାଦକ ମାନସ କୁମାର ମହାପାତ୍ର . ପତ୍ରିକା ଟିରେ ପ୍ରବୀଣ ଳେଖକ ମାନଙ୍କର ଲେଖାକୁ ସମ୍ମାନର ସହ ସ୍ଥାନିତ କରାଯାଇଥିବା ସମୟରେ ନବୀନ ଲେଖକ ମାନଙ୍କୁ ମାନଙ୍କୁ ମଧ୍ୟ ଉଚିତ ବିଚାର ମିଳିଅଛି . ଡିଜିଟାଲ ଯୁଗରେ ମୋବାଇଲ ଆପ ଏବଂ ଷ୍ଟୋରୀ ଗ୍ୟାଲେରୀ ର ଲୋକପ୍ରିୟତା ବଢ଼ିବାରେ ଲାଗିଛି , ଏପରି ସମୟରେ ଛପା ପତ୍ରିକା ପ୍ରକାଶନର ପ୍ରୟାସ ଏକ ଦୁର୍ବାର ସାହସ ତଥା ସାଧୁ ଉଦ୍ୟମ ବୋଲି ବାଙ୍କୀ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି .

Exit mobile version