Site icon Awaj Media

ବନଦୁର୍ଗା ପୀଠରେ ଉଦଯାପନୀ ଉତ୍ସବ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ବନଦୁର୍ଗା ଙ୍କ ପୀଠରେ ମା ‘ ବାସନ୍ତୀ ଙ୍କ ନବରାତ୍ରୀ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟେକ ଦିନ ଭଳି ଆଜି ମା ‘ ଙ୍କ ମହାସ୍ନାନ, ନୂତନ ବସ୍ତ୍ର ପରିଧାନ ପରେ ବିଭିନ୍ନ ଫୁଲ ହାର ଆଦିରେ ସୁସଜିତ କରାଯାଇ ପୂଜା କରାଯାଇଥିଲା । ଷୋଡଶ ଉପଚାର ପୂଜା, ପ୍ରତ୍ୟେକ ଦିନ ଚଣ୍ଡୀ ପାଠ, ରୁଦ୍ରଭିଷେକ , ହୋମଯଜ୍ଞ କରାଯାଉଥିବା ସ୍ଥଳେ ଆଜି ରାତ୍ର 9 ଘଟିକା ସମୟରେ ପୂର୍ଣ୍ଣାହୁତି ହେବ ବୋଲି ପୂଜକ ଅମୀୟକୁମାର ଦାସଶର୍ମା ସୂଚନା ଦେଇଛନ୍ତି । ମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଦର୍ଶକ କୋଭିଡ ନିୟମ ପାଳନ ପୂର୍ବକ ପୂଜା ଉତ୍ସବରେ ଯୋଗଦେବା ପାଇଁ କମିଟି ତରଫରୁ ନିବେଦନ କରାଯାଇଛି .

Exit mobile version