Site icon Awaj Media

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବୟାଳିଶ ମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଓ ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦର ମିଳିତ ଆନୁକୁଳ୍ୟରେ ପ୍ରତିଷ୍ଠାନର ପଟଣା କାର୍ଯ୍ୟାଳୟରେ ନିରାଡ଼ମ୍ବର ଭାବେ ପ୍ରବୀଣ ଜନନାୟକ, ସାହିତ୍ୟିକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି . ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଉପସ୍ଥିତ ସଦସ୍ୟ ମାନେ ଏହି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ମୃତି ଚାରଣ ଅବସରରେ ସାହିତ୍ୟ ସଭା, ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ କଳା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଦରପୁର ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଶିକ୍ଷାଦାନ-ସମାଜସେବା କ୍ଷେତ୍ରରେ ପ୍ରାଧ୍ୟାପକ ଡ଼ଃ. କାଲିମୁଲ୍ଲା, ସମାଜେସେବା, ସାମ୍ବାଦିକତା କ୍ଷେତ୍ରରେ ଉତ୍କଳ ବିକାଶ ପରିଷଦର ଉପଦେଷ୍ଟା ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ସମାଜସେବା-ସମାଜ ସଂସ୍କାର କ୍ଷେତ୍ରରେ କଟକ ସଦର ବ୍ଲକ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାଶ, ହରିବନ୍ଧୁ ଆଚାର୍ଯ୍ୟ, ସରୋଜ ନଳିନୀ ପରିଜା, ବିନୋଦ ବେହେରା, ରମେଶ ମଲ୍ଲିକ, ପ୍ରଭାତ ଖଟୁଆ, ସରୋଜ ଲେଙ୍କା, ଅଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version