ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହୋଇଛି । ସପ୍ତାହର ପ୍ରତି ଶନିବାର ଓ ରବିବାର ବନ୍ଦ ରଖିବାକୁ ଯେଉଁ ନିର୍ଦ୍ଦେଶନାମା ଲାଗୁହୋଇଛି, ଆଜି ହେଉଛି ତାହାର ପ୍ରଥମ ଦିନ । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ସଟଡାଉନ କଟକଣାକୁ କଡାକଡି କରିବା ପାଇଁ ଗ୍ରହଣ କରାଯାଇଛି ବ୍ୟାପକ ବ୍ୟବସ୍ଥା . ସହର ମଧ୍ୟରେ ଗାଡ଼ି ମଟର ଚଳାଚଳ, କୃଷକ ବଜାର, ରାସ୍ତାଘାଟ ସବୁଆଡେ ଏହାର ପ୍ରଭାବ ଦେଖାଯାଇଛି । ରାଜ୍ୟବ୍ୟାପୀ ସଟଡାଉନ ହେତୁ ଢେଙ୍କାନାଳ ସହର ଦେଇ ବସ ଚଳାଚଳ ଠପ ହୋଇଯାଇଛି । କୃଷକ ବଜାର ଏବଂ ଢେଙ୍କାନାଳର ବିଭିନ୍ନ ଦୋକାନ ବଜାର ବନ୍ଦ ଅଛି । ରାସ୍ତା ଘାଟ ସବୁ ଜନଶୂନ୍ୟ । ଜିଲ୍ଲା ପୁଲିସ ତରଫରୁ ଲୋକ ମାନଙ୍କୁ ବାହାରକୁ ନ ବାହାରିବାକୁ ତାଗିଦ କରାଯିବା ସହ ଆବଶ୍ୟକୀୟ କାମରେ ବାହାରିଥିବା ଲୋକମାନଙ୍କୁ ଯାଞ୍ଚ ମଧ୍ୟ କରାଯାଇଛି ।