ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ୩ ବର୍ଷ ଧରି ନିଯୁକ୍ତି ପାଇଥିବା ଯୋଗାଣ ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପକୁ ବିରୋଧ କରି ଶତାଧିକ ଜନସାଧାରଣ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟା ଧରି ଘେରାଉ କରିଥିଲେ । ସ୍ଥାନୀୟ ସରପଞ୍ଚ ସୁବାସ ଚନ୍ଦ୍ର ରାୟଗୁରୁ ଓ ଯୋଗାଣ ସହାୟିକା ଲିପିନା ରାଣୀ ମହାପାତ୍ରଙ୍କ ମଧ୍ୟରେ ଗତ କିଛି ଦିନ ଧରି ଯୋଗାଣ ସାମଗ୍ରୀ ବଣ୍ଟନକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଏ ନେଇ ସରପଞ୍ଚ କର୍ତ୍ତବ୍ୟରତ ଯୋଗାଣ ସହାୟିକାଙ୍କ ସ୍ଥାନରେ ନୂତନ ଭାବେ ଆଉ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଏଥିରେ ସ୍ଥାନୀୟ ପଞ୍ଚାୟତର ଜନସାଧାରଣ ପୂର୍ବତନ ଯୋଗାଣ ସହାୟିକାଙ୍କୁ କାହିଁକି ନିଲମ୍ବନ କରାଯାଇଛି ବୋଲି ବିଭିନ୍ନ ପ୍ରଶ୍ନ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ . ପୂର୍ବତନ ଯୋଗାଣ ସହାୟିକାଙ୍କୁ ପୁନଃ ଅବସ୍ଥାପିତ କର ନଗଲେ , ଆଗାମୀ ଦିନରେ ଭୟାବହ ପରିଣତି ହେବ ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ । ଖବର ପାଇ ବୋଲଗଡ଼ ଥାନା ଓ ବାଙ୍କୋଇ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଯୋଗାଣ ସହାୟିକା ଙ୍କୁ ନ୍ୟାୟ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଜନସାଧାରଣ !!!

