Site icon Awaj Media

ସଟଡାଉନ ପେଟ୍ରୋଲିଂ ବେଳେ ପାରଳା ପୋଲିସ ର ମାନବିକତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ରେ ସପ୍ତାହାନ୍ତ ସଟଡାଉନ ର ଆଜି ଦ୍ଵିତୀୟ ଦିନରେ ପାରଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ପୂର୍ବାହ୍ନ ସମୟରେ ପାରଳା ପୋଲିସ ପକ୍ଷରୁ ଜୋରଦାର ଭାବେ ପେଟ୍ରୋଲିଂ ଚାଲିଥିଲା । ପେଟ୍ରୋଲିଂ ଦଳ ଓଡିଶା-ଆନ୍ଧ୍ର ସୀମାନ୍ତ ପୁରୁଣାପାଟଣା ନାକା-ଗେଟ ପଏଣ୍ଟ ଠାରେ ପରିସ୍ଥିତି ଅନୁଧ୍ୟାନ କରି ଫରେଷ୍ଟ ଗେଟ ଆଡକୁ ଯାଉଥିଲେ । ଠିକ ଏହି ସମୟରେ ବାଟରେ ଜିଲ୍ଲା ଭେଟେରନାରୀ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିବ ମନ୍ଦିର ଠାରେ ଠିଆ ହୋଇଥିବା ଜଣେ ବୟସ୍କ ବ୍ୟକ୍ତି କୋଣସି କାରଣ ବଶତଃ ସେଠାରେ ଥିବା ନବନିର୍ମିତ ବଡ଼ ନାଳ ରେ ଗୋଡ଼ଖସି ପଡି ଯାଇଥିଲେ । ସେହି ବାଟ ଦେଇ ଯାଉଥିବା ପେଟ୍ରୋଲିଂ ଦଳର ମୁଖ୍ୟ ତଥା ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବୟସ୍କ ବ୍ୟକ୍ତି ନାଳରେ ପଡିଯିବା ଦେଖି ଗାଡି ଅଟକାଇ ସଙ୍ଗେ ସଙ୍ଗେ ସେଠାକୁ ଦୌଡ଼ି ଯାଇ ବୟସ୍କ ବ୍ୟକ୍ତି ଙ୍କୁ ଅନ୍ୟ ମାନଙ୍କ ସହିତ ମିଶି ନାଳରୁ ଉଦ୍ଧାର କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ନାଳରେ ପଡିଯିବା ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସହ ପାଦ ଉପର ହାଡ଼ ବାହାରି ପଡିଥିବା ଭଳି ପ୍ରାୟ ଦେଖା ଯାଉଥିଲା ।
ଆହତ ବ୍ୟକ୍ତି ଙ୍କୁ ନାଳରୁ ଉଦ୍ଧାର କରାଯିବା ପରେ ସେଠାରେ ହିଁ ସାମାନ୍ୟ ଭାବେ ପ୍ରାଥମିକ ଚିକିତ୍ସା କରି ଅତିରିକ୍ତ ଏସପି ବାମଦେବ ସିଂହ ଏବଂ ଆଇଆଇସି ବିବେକାନନ୍ଦ ସ୍ୱାଇଁ ଏକ ଅଟୋ ରେ ବସାଇ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ କୁ ନେଇଥିଲେ । ପାରଳା ପୋଲିସ ର ଏଭଳି ମାନବୀୟ କାର୍ଯ୍ୟ ପ୍ରତି ଅଞ୍ଚଳ ଲୋକଙ୍କ ସମେତ ବିଭିନ୍ନ ମହଲ ରେ ଉଚ୍ଚ ପ୍ରଶଂସା କରି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Exit mobile version