Site icon Awaj Media

ଗଜପତିରେ ପୁଣି 78 ଜଣ କରୋନା ପଜିଟିଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 78 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 38 ଜଣ, ଗୋଶାଣି ବ୍ଳକରେ 7 ଜଣ, ଗୁମ୍ମା ବ୍ଳକରୁ 3 ଜଣ, କାଶୀ ନଗର ବ୍ଳକରୁ 9 ଜଣ, ମୋହନା ବ୍ଳକରୁ 8 ଜଣ, ନୂଆଗଡ଼ ବ୍ଳକରୁ 3 ଜଣ, ଆର. ଉଦୟଗିରି ବ୍ଳକରୁ 5 ଜଣ, ରାୟଗଡ଼ ବ୍ଳକରୁ 3 ଜଣ, ଅନ୍ୟ ଜିଲ୍ଲାରୁ ଜଣେ ଏବଂ ଆନ୍ଧ୍ର ପ୍ରଦେଶରୁ ଜଣେ ଗଜପତି ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତ ମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ସ୍ଥାନାନ୍ତରିତ କରାଯାଇଛି . ଅନ୍ୟ କିଛି ବ୍ୟକ୍ତି ହୋମ ଆଇସୋଲେସନରେ ରହିଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version