Site icon Awaj Media

ବକେୟା ଦରମା ଦାବିରେ ରେଳ ଧାରଣା ଉପରେ ଆନ୍ଦୋଳନ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ନୀଳାଚଳ କର୍ତ୍ତୃପକ୍ଷଙ୍କ ଚୁକ୍ତି ଖିଲାପ ,ବକେୟା ୧୦ମାସର ଦରମା ଦାବିରେ ନୀଳାଚଳ ସମୁହ କର୍ମଚାରୀ ନୀଳାଚଳ କମ୍ପାନୀ ପରିସର ମଧ୍ୟରେ ଥିବା ରେଲ ଲାଇନ ଉପରେ ଧାରଣା ଦେଇଛନ୍ତି । ଆଜି ସକାଳ ୯ଟା ଠାରୁ ଧାରଣା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ହୋଇ ହୋଇ ନଥିବାରୁ ଶ୍ରମିକ ମାନେ ରେଳ ଧାରଣାରୁ ଉଠିନଥିବା ଦେଖିବାକୁ ମିଳିଥିଲା । ଦରମା ନମିଳିବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଜାରି ରହିବ ବୋଲି କର୍ମଚାରୀ ସଂଘ ତରଫରୁ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ଉପସ୍ଥିତରେ ଶ୍ରମିକ ଓ କମ୍ପାନୀ କତ୍ତୃପକ୍ଷଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ, ଭିତରେ ଥିବା ଗଚ୍ଛିତ ଏକ ରେକ ଦ୍ରବ୍ୟ ବିକ୍ରିରେ ୧୫ ଦିନର ଦରମା ଏବଂ ପିଏଫ ଜମା କରିବେ କମ୍ପାନୀ କତ୍ତୃପକ୍ଷ କିନ୍ତୁ ୨ରେକ ଯାଇ ୩ରେକ ପାଇଁ ଲୋଡିଙ୍ଗ ଚାଲିଥିବା ବେଳେ କିନ୍ତୁ ଶ୍ରମିକ ମାନଙ୍କୁ ଦରମା ମିଳି ପାରି ନଥିବା ସୂଚନା ମିଳିଛି । ଏଥିପାଇଁ ଶ୍ରମିକ ୟୁନିୟନ ଓ ଶ୍ରମିକ ମିଳିତ ମଞ୍ଚ କର୍ମଚାରୀ ମାନେ ଅହୋରାତ୍ର ଧାରଣା ସ୍ଥଳରେ ବସିରହିଥିବା ଦେଖିବାକୁ ମିଳିଛି ।

Exit mobile version