Site icon Awaj Media

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ନବ ଉତ୍କଳ ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ଵରେ ସମସ୍ତ ସଦସ୍ୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଓ ଓଡ଼ିଶାରେ ଧାନ ଗବେଷଣା ପ୍ରତିଷ୍ଠା, ଶିକ୍ଷାର ପ୍ରସାର ପାଇଁ ବିଶ୍ଵବିଦ୍ୟାଳୟ, ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, କୃଷି କ୍ଷେତ୍ରର ଉନ୍ନତି ପାଇଁ ସାଗର, କେନାଲ ନିର୍ମାଣ, ଓଡ଼ିଆ ଭାଷାର ପ୍ରସାର, କଳା ସଂସ୍କୃତି ଉନ୍ନତି ପାଇଁ ପ୍ରୋତ୍ସାହନ ଦେବା ଉପରେ ଓଡିଆ ଜାତିର ପ୍ରଗତି ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପାଣିଗ୍ରାହୀ, ଲୋକନାଥ ଭୁକ୍ତା, ଶେଖ୍ ମୂଜିବ, ଲୋଗୋସ ଦାସ ବର୍ଦ୍ଧନ, ତ୍ରିନାଥ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version