Site icon Awaj Media

ନୟାଗଡ଼ ପୈାର ପରିଷଦ ର ତିନି କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୈାର ପରିଷଦ ର ତିନି ଜଣ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ପୈାର ସମ୍ମିଳନୀ କକ୍ଷରେ ଅବସର ପ୍ରାପ୍ତ କର୍ମଚାରୀ ପୁର୍ଣ୍ଣଚନ୍ଦ୍ର ପାଣି, ସନ୍ତୋଷ କୁମାର ଦାସ, ଶରତ ଚନ୍ଦ୍ର ପାଣି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ପୁର୍ଣ୍ଣ କୋଭିଡ ନିୟମ କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସମୟରେ ଅବସର ନେଉଥିବା ତିନି ଜଣ କର୍ମଚାରୀ ଙ୍କୁ ମାନପତ୍ର, ସ୍ୱତନ୍ତ୍ର ଉପହାର ଦେଇ ପୈାର କର୍ମଚାରୀ ମାନେ ଚାକିରି ରୁ ବିଦାୟ ଜଣାଇବା ସହ ସେମାନଙ୍କ ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପୈାରଯନ୍ତ୍ରୀ ବାଇଧର ରାଉତ କବିତା ପାଠ କରି ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଜୀବନ ଶୈଳୀ କୁ ଶ୍ରୀମଦ୍ ଗୀତା କୁ ଅନୁସରଣ କରି କଟାଇବା ପାଇଁ ପରାମର୍ଶ ଦେଇଥିଲେ । ପୈାର କର୍ମଚାରୀ ଲକ୍ଷ୍ମୀଧର ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ନଳିନୀକାନ୍ତ ମିଶ୍ର ପ୍ରମୁଖ ଚାକିରି ରୁ ଅବସର ଗ୍ରହଣ କରିଥିବା ତିନି ଜଣ କର୍ମଚାରୀ ମାନଙ୍କର ଚାକିରି ଜୀବନରେ ସେମାନଙ୍କ ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ । ଗୋପାଳ ଚରଣ ନାୟକ, ଶିଶିର ମହାପାତ୍ର ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିବା ବେଳେ ପୈାର ଲୋକସମ୍ପର୍କ ଅଧିକାରୀ ଗଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version