Site icon Awaj Media

ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଜୟନ୍ତୀ ରଥଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡ଼.ଜୟନ୍ତୀ ରଥଙ୍କ କରୋନାରେ ବ୍ରହ୍ମପୁର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ସେ ଜଣେ ଉତ୍ତମ ଅଧ୍ୟାପିକା, ସୁଲେଖିକା, ମେଳାପୀ, ବାଗ୍ନି ତଥା ଛାତ୍ରୀ ବତ୍ସଳ। ଥିଲେ । ତାଙ୍କ ଅକାଳ ବିୟୋଗରେ ମହିଳା ସ୍ନାତକ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ, ଅଧ୍ୟାପିକା ବୃନ୍ଦ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । +2 ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ଅରୁଣା ସାମଲ, ଅଧ୍ୟାପିକା କଲ୍ୟାଣି ମିଶ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗୋମଙ୍ଗ, ଉତ୍କଳ ସମ୍ମିଳନୀର ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଆଶାଲତା ପାଣିଗ୍ରାହୀ, ବିନୋଦ ଜେନା, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଗଣମାଧ୍ୟମ ପ୍ରତିନିଧି ବିବେକାନନ୍ଦ ବେହେରା, ରଶ୍ମି ରଞ୍ଜନ ମିଶ୍ର, ଗରୁଡ଼ ଧ୍ୱଜ ଚୌଧୁରୀ, ଶିଶିର କୁମାର ଗୌଡ଼, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ରାମ ଗୋବିନ୍ଦ ଆଚାର୍ଯ୍ୟ, ରୂପେଶ ସାହୁ, ବାସୁଦେବ ଦାସ, ଆଦର୍ଶ ଦାସ, ବସନ୍ତ ପଣ୍ଡା ପ୍ରମୁଖ ବହୁ ସାମ୍ବାଦିକ ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Exit mobile version