Site icon Awaj Media

ୟୋର୍ସ ହୋପ ଫାଉଣ୍ଡେସନ ଓ ପବ୍ଲିକ ରାଇଟ ଆସୋସିଏସନର ମିଳିତ ସହଯୋଗରେ କରୋନା ସଚେତନତା କାର୍ଯ୍ୟକ୍ରମ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଦେଶ ଓ ରାଜ୍ୟରେ କରୋନା ମହାମାରୀର ଦ୍ଵିତୀୟ ଲହର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ସତର୍କ କରାଯାଉଛି । ତେବେ ଲୋକ ସଚେତନତା ପାଇଁ ବହୁ ସାମାଜିକ ସଂଗଠନ ଆୟୋଜନ କରୁଛନ୍ତି କାର୍ଯ୍ୟକ୍ରମ . ସ୍ଥାନୀୟ ଖୋର୍ଦ୍ଧା ବ୍ୟାଙ୍କ ଛକ ନିକଟରେ ୟୋର୍ସ ହୋପ ଫାଉଣ୍ଡେସନ ଓ ପବ୍ଲିକ ରାଇଟ ଆସୋସିଏସନର ମିଳିତ ସହଯୋଗରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୋର୍ସ ହୋପ ଫାଉଣ୍ଡେସନର ଅଧ୍ୟକ୍ଷା ରିନାରାଣୀ ନାୟକ, ପବ୍ଲିକ ରାଇଟ ଆସୋସିଏସନର ଉପାଧ୍ୟକ୍ଷା ଜ୍ୟୋର୍ତିମୟୀ ପଣ୍ଡା, ଆଇନଜୀବୀ ଶିଶିର କୁମାର ପରିଡା, ସମାଜସେବୀ ଇତିଶ୍ରୀ ସାହୁ, ମନୋଜ କୁମାର ପଣ୍ଡା, ସାମ୍ବାଦିକ ମିହିର ରଞ୍ଜନ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଉପସ୍ଥିତ ରହି ସଚେତନତା ବାର୍ତ୍ତା ବହନ କରୁଥିବା ପ୍ଲା କାର୍ଡ ଧରି ଏକ ସଚେତନତା ରାଲି କରିଥିଲେ । ଜନସାଧାରଣଙ୍କୁ ମାସ୍କ ବ୍ୟବହାର କରିବା, ସାନିଟାଇଜର ଓ ସାବୁନରେ ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ପରାମର୍ଶ ଦେଇଥିଲେ ।

Exit mobile version