Site icon Awaj Media

କୋଭିଡ ସଂକ୍ରମିତଙ୍କ ଆଶୁ ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ ।

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଅନେକ କୋଭିଡ ରେ ଆକ୍ରାନ୍ତ ହୋଇ କରୋନା କୁ ହରାଉଛନ୍ତି ତ ଆଉ କେତେକ ନିଜେ ହାରି ଯାଉଛନ୍ତି . ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପୂର୍ବତନ ସମିତି ସଭ୍ୟ ସମାଜସେବୀ ନାରାୟଣ ସ୍ୱାଇଁ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାବେଳେ ପିପିଲି ବ୍ଲକ ହାଟସାହି ପଂଚୟତ ଉପକଣ୍ଠ ପୋଡ଼ାଗୁଣ ଗ୍ରାମର ୪- ନମ୍ବର ୱାର୍ଡ ଦାସସାହି ବାସିନ୍ଦା ଶ୍ରୀଯୁକ୍ତ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା ପୁର୍ବକ ମଙ୍ଗଳ ପ୍ରାର୍ଥନା କରି ବିନ୍ଧବାସିନୀ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିଛନ୍ତି । ଏହି ଦୀପଦାନ ପର୍ଵରେ ବିଜେଡି କାର୍ଯ୍ୟକର୍ତ୍ତା ଯୁବ ସମାଜସେବୀ ହେମନ୍ତ ଦାସ, ରମେଶ ଦାସ, ପୂର୍ବତନ ୱାର୍ଡ ମେମ୍ବର ମନୋରମା ଦାସ, ଉମେଶ ଦାସ, ପୂର୍ବତନ ୱାର୍ଡ ମେମ୍ବର ତଥା ବରିଷ୍ଠ ନାଗରିକ ଅଇଁଠା ଦାସ, ବିକାଶ ଦାସ, ଦିପୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଶ୍ରୀଯୁକ୍ତ ସ୍ୱାଇଁ ହାଟସାହି ପଞ୍ଚାୟତର ବନ୍ତଳସିଂହ ଦେଉଳି ବାସିନ୍ଦା ଏବଂ ଜଣେ ବିଜୁ ଜନତା ଦଳର ଆଗଧାଡି ନେତା, ଦକ୍ଷ ସଂଗଠକ, ଆଇନିଜୀବୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କର ପରିଚିତ ଅଟନ୍ତି ।

Exit mobile version