Site icon Awaj Media

ଗୁମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ଙ୍କ ବିୟୋଗ : ଶୋକ ପ୍ରକାଶ କଲେ ଡ଼. ତିରୁପତି ପାଣିଗ୍ରାହୀ ।।

Spread the love

ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗୁମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ଙ୍କ ବିୟୋଗ ରେ ହାଇଟେକ ଗ୍ରୁପ ର ଅଧ୍ୟକ୍ଷ ଡ଼.ତିରୁପତି ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକାକୁଳ ପରିବାର କୁ ଇଶ୍ୱର ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଡ. ପାଣିଗ୍ରାହୀ ଆଜି ଗଜେନ୍ଦ୍ର ଗମାଙ୍ଗ ଙ୍କ ପରିବାର ସମସ୍ତ ସଦସ୍ୟ ଙ୍କ ସହ ମିଶି ସେମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ବୁଝିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସାହଯ୍ୟ ସହଯୋଗ କରିବେବୋଲିପ୍ରତିଶୃତି ଦେଇଛନ୍ତି ।ତାଙ୍କ ବିୟୋଗ ରେ ଅନ୍ୟମାନଙ୍କ ମଧ୍ୟରେ ଗୁମା ପୂର୍ବତନ ଉପାଧ୍ୟକ୍ଷ ବେର୍ନିକ ଗମାଙ୍ଗ, ପାରଳାଖେମୁଣ୍ଡି ପୌର ପରିଷଦ ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, ସାମ୍ବାଦିକ କୃଷ୍ଣ କୁମାର ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।।

Exit mobile version