Site icon Awaj Media

ସବ ରେଜିଷ୍ଟାର ଶରତ ଚନ୍ଦ୍ର ନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସବ ରେଜିଷ୍ଟାର ଶରତ ଚନ୍ଦ୍ର ନାୟକ ପଦୋନ୍ନତି ପାଇ ଗୁଣୁପୁର ତହସିଲଦାର ଭାବେ ବଦଳି ହୋଇଛନ୍ତି । ଏହି ଅବସରରେ ଶ୍ରୀ ନାୟକଙ୍କୁ ପାରଳାଖେମୁଣ୍ଡି ସବ ରେଜିଷ୍ଟ।ର ଅଫିସ କର୍ମଚାରୀ, ଷ୍ଟାମ୍ପଭେଣ୍ଡର ଓ ଷ୍ଟାପ ରାଇଟର ମାନଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପାରଳାଖେମୁଣ୍ଡି ସବ ରେଜିଷ୍ଟର କାର୍ଯ୍ୟାଳୟ ପରିସରରେ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଏହି ବିଦାୟ କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରା ଯାଇଥିଲା । ଗତ ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାରଳାଖେମୁଣ୍ଡି ସବ ରେଜିଷ୍ଟ।ର ଭାବେ ଶରତ ଚନ୍ଦ୍ର ନାୟକ ଅତ୍ୟନ୍ତ ଶୃଙ୍ଖଳିତ ଓ ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରି ସମସ୍ତ ଅଫିସ କର୍ମଚାରୀ, ଷ୍ଟାମ୍ପ ଭେଣ୍ଡର, ଷ୍ଟାମ୍ପ ରାଇଟର ଏବଂ ଜନ ସାଧାରଣଙ୍କ ପାଖରେ ଠାରେ ଅତ୍ୟନ୍ତ ପ୍ରିୟପାତ୍ର ହେବା ସହ ବେଶ ଲୋକପ୍ରିୟ ହୋଇ ପାରିଥିଲେ . ଆୟୋଜିତ କାର୍ଯ୍ୟକ୍ରମରେ ସବ ରେଜିଷ୍ଟାର ଅଫିସର ମୁଖ୍ୟ କିରାଣୀ ଜି. ପ୍ରବୀଣ କୁମାର, କିରାଣୀ ମାଳତୀ ପାତ୍ର, କର୍ମଚାରୀ ସହଦେବ ଶବର, ସତ୍ୟ ନାରାୟଣ ଦୋରା, ଷ୍ଟାମ୍ପ ଭେଣ୍ଡର ପ୍ରଭାତ କୁମାର ସାମଲ , ସୁନୀଲ କୁମାର ପଣ୍ଡା, ଗୌରୀ ସାହୁ, ଷ୍ଟାମ୍ପ ରାଇଟର ରାଧାକାନ୍ତ ସାହୁ, ଗଣେଶ ପଟ୍ଟନାୟକ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ . ଗୁଣୁପୁର ତହସିଲରେ ତହସିଲଦାର ଭାବେ ଶ୍ରୀ ନାୟକ ଆଗାମୀ ଦିନରେ ଏଭଳି ଶୃଙ୍ଖଳିତ କାର୍ଯ୍ୟ କରି ଅଧିକ ଲୋକପ୍ରିୟ ହେବେ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି । ବିଦାୟ କାଳୀନ ସମ୍ବର୍ଦ୍ଧନାରେ ଶ୍ରୀ ନାୟକ ପ୍ରତିଉତ୍ତର ଦେଇ କହିଥିଲେ, ପାରଳାଖେମୁଣ୍ଡି ସବ ରେଜିଷ୍ଟାର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଷ୍ଟାମ୍ପ ରାଇଟର, ଷ୍ଟାମ୍ପ ଭେଣ୍ଡର ଏବଂ ପାରଳା ଜନ ସାଧାରଣଙ୍କ ସହଯୋଗ ଯୋଗୁଁ ଗତ ତିନି ବର୍ଷ ରୁ ଅଧିକ ସମୟ ମୁଁ ଏଠାରେ ଶୃଙ୍ଖଳିତ ଭାବରେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ନିଜକୁ ଗୌରାବାନ୍ୱିତ ମନେ କରୁଛି, ଏଣୁ ମୁଁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରୁଛି ।

Exit mobile version