Site icon Awaj Media

ପୂର୍ତ୍ତ ବିଭାଗର ମନମାନୀ : ବର୍ଷବର୍ଷ ଧରି ପଡି ରହିଛି ଅଧା ପନ୍ତରିଆ କାମ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସହରର ଉନ୍ନତ ମାନର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ପୂର୍ତ୍ତ ବିଭାଗ ର ଦାୟିତ୍ୱ । ହେଲେ ପୂର୍ତ୍ତ ବିଭାଗର ଅବହେଳା ଓ ମନମାନୀ ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଠାରେ ଥିବା ଡିଭାଇଡର କାମ ବର୍ଷ ବର୍ଷ ଧରି ଭାଙ୍ଗିରୁଜି ପଡି ରହିଛି l ଅଦ୍ୟାବଧି ସୁଦ୍ଧା ତିଆରି ହୋଇ ପାରିନାହିଁ l ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି l ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ସମାବେଶ ବେଳେ ବାହାରୁ ଆସୁଥିବା ବଡ଼ ବଡ ଗାଡି ଗୁଡ଼ିକ କରୋନେସନ ଗ୍ରାଉଣ୍ଡ ଭିତରକୁ ପଶି ନ ପାରିବା କାରଣରୁ ପୂର୍ତ୍ତ ବିଭାଗ ତରଫରୁ ଏହା ଭଙ୍ଗା ଯାଇଥିଲା l ହେଲେ, ସେବେଠାରୁ ଆଉ ନିର୍ମାଣ ନକରି ପୂର୍ତ୍ତ ବିଭାଗ ନିରବ ଦ୍ରଷ୍ଟା ସାଜିଛି l ଯାହା ଫଳରେ ଟ୍ରାଫିକ ସମସ୍ୟା ହୋଇପଡୁଛି ଗୁରୁତର । ବିଭିନ୍ନ ସମୟରେ ଦୁର୍ଘଟଣା ମାନ ମଧ୍ୟ ଘଟୁଛି । ଗତ ଦୁଇ ମାସତଳେ ପୂର୍ତ୍ତ ବିଭାଗ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ନିଯୁକ୍ତି ଦେଇଥିଲେ। ଠିକାଦାର ଖୋଳାଖୋଳି ଆରମ୍ଭ କରିଥିଲେ ପୁଣି କଣ ହେଲା କେଜାଣି କାମ ବନ୍ଦ କରି ଦେଇଛନ୍ତି ଠିକାଦାର ଜଣଙ୍କ । ସେହିପରି ସହରରେ ବିଭାଗ ପକ୍ଷରୁ ବିଭିନ୍ନ ରୋଡରେ କରାଯIଉଥିବା ଡ୍ରେନ କାମ ମଧ୍ୟ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି । କେଉଁଠି ଭଲ ଡ୍ରେନ କୁ ଭଙ୍ଗାଯାଇ ପୁଣି ନିର୍ମାଣ କରାଯାଇ ଠିକାଦାର ଙ୍କୁ କେବଳ ପୋଷା ଯାଉଛି । କରୋନା ସମୟରେ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଅତି ଆବଶ୍ୟକତା କୁ ଉପଲବ୍ଧି କରି ଅର୍ଥଖର୍ଚ କରିବା ଲାଗି ନିର୍ଦ୍ଦେଶ ରହିଛି l ତେବେ ସହରରେ ରାସ୍ତା ଓ ଡ୍ରେନ ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ପାଣି ପରି ବିଭାଗ କାହିଁକି ଖର୍ଚ୍ଚ କରୁଛି ତାହା ଜଣା ପଡୁନି । ସେହିପରି ବିଭାଗରେ ଯନ୍ତ୍ରୀ ଓ ଠିକାଦାର ବ୍ୟାପକ କମିଶିନି କାରବାର ଚଳାଇଥିବା ଅଭିଯୋଗ ମଧ୍ୟ ହେଉଛି । ଫୁଲବାଣୀ ଓ ବାଲିଗୁଡ଼ା ଡ଼ିଭିଜନ ପାଇଁ ଜଣେ ନିର୍ବାହୀ ଯନ୍ତ୍ରୀ ଦୀର୍ଘ ମାସ ଧରି ଦାୟୀତ୍ଵରେ ରହିବା ଫଳରେ ଠିକ ଭାବେ କାମ ତଦାରଖ ମଧ୍ୟ ହେଉନି। ପୂର୍ତ୍ତ ସଚିବ ଡ.କ୍ରିଷନ କୁମାର ଙ୍କୁ ଏନେଇ ଅବଗତ ମଧ୍ୟ କରାଗଲାଣି ହେଲେ କୌଣସି ସୁଫଳ ମିଳୁନି । ପୂର୍ତ୍ତ ବିଭାଗରେ ଚାଲିଥିବା ଦୁର୍ନିତୀ ଓ ଅନିୟମିତତା ପ୍ରତି ଦୁର୍ନିତୀ ବିଭାଗ ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ ମତାମତ ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।

Exit mobile version