ଅସହାୟ ମହିଳାଙ୍କ ସେବାକାର୍ଯ୍ୟ କରି ଚର୍ଚ୍ଚାରେ ସୁକିନ୍ଦା ତହସିଲଦାର !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସପ୍ତାହାନ୍ତ ସଟ ଡାଉନ କଟକଣା ସମୟରେ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଏକ୍ସପ୍ରେସେ ଛକ ଠାରେ ଜାରି ରହିଥିଲା ଚେକିଂ . ଜଣେ ଅସହାୟ ଅଜଣା ମହିଳା ତାଙ୍କର କୁନି କୁନି ପିଲାଙ୍କୁ ଧରି ହଇରାଣ ହେଉଥିବା ବେଳେ ତାଙ୍କୁ ସାହାଯ୍ୟ କରି ମହାନତା ଦେଖାଇଛନ୍ତି ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା । ପ୍ରଚଣ୍ଡ ଖରାରେ ଜଣେ ମା ତା କୁନି ଛୁଆକୁ ଧରି ପାଣି ଖାଦ୍ୟ ନ ପାଇ ଅସହାୟ ହୋଇ ରାସ୍ତାରେ ଯାଉଥିଲେ . ଚେକିଂ କରୁଥିବା ଜଣେ ମହିଳା ପୁଲିସ ତାଙ୍କୁ ଦେଖି ଅଟକାଇବା ପରେ ସେ କାନ୍ଦିବାକୁ ଲାଗିଲେ . ସଙ୍ଗେ ସଙ୍ଗେ ସୁକିନ୍ଦା ତହସିଲଦାର ବୁଲୁବୁଲୁ ବେହେରା ତାଙ୍କ ପାଖକୁ ଯାଇ ଏକ ଥଣ୍ଡା ପାଣି ବୋତଲ ଆଣି ତାକୁ ପିଇବାକୁ ଦେବା ସହିତ ଖାଦ୍ୟ ବ୍ୟବସ୍ଥା କରେଇ ସେହି ମହିଳାଙ୍କୁ ମାସ୍କ ପିନ୍ଧାଇ ଘରକୁ ପଠାଇଥିଲେ । ସ୍ଥାନୀୟ ତହସିଲଦାରଙ୍କର ଏପରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ସାଧୁବାଦ ମିଳିଛି .

Leave a Reply

Your email address will not be published. Required fields are marked *