Site icon Awaj Media

ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଉତ୍କଳ ବିକାଶ ପରିଷଦର ଦାବି ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ୍ ୫ନଂ ଜୋନ୍ ଆୟତପୁର ପଞ୍ଚାୟତ ଉପକଣ୍ଠ ବ୍ରାହ୍ମଣବାଡ,ଦାମୋଦରପୁର ର ୧୩,୧୪,୧୫ ନମ୍ବର ୱାର୍ଡ ଜଳ ସଙ୍କଟ ଅବସ୍ଥା ଭୟାନକ ରୂପ ନେଇଛି, ଏହି ଅଞ୍ଚଳରେ ସ୍ୱଜଳଧାରା ଯୋଜନା ଥାଇ ମଧ୍ୟ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳବିକଳ ହେଉଥିବାର ଦେଖିବାକୁ ମିଳୁଛି, କଟକ ସହରର ଅତି ନିକଟରେ ଏଭଳି ସମସ୍ୟା ପାଇଁ ସାଧାରଣ ଜନତା ଏହାକୁ ଦୀପତଳ ଅନ୍ଧାର ବୋଲି ବିବେଚନା କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ସହିତ ଆଗକୁ ଆହୁରି ପ୍ରଚଣ୍ଡ ରୌଦ୍ରତାପକୁ ନଜର ରଖି ସମସ୍ୟାର କାରଣ ଓ ନିରାକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଯୁବନେତା ଲକ୍ଷ୍ମୀଧର ଜେନା, ଯୁବ ସମାଜସେବୀ ପରେଶ ଭୂୟାଁ, ସୁରେନ୍ଦ୍ର ନାୟକ, ରବି ବାରିକ, ଅଭିମନ୍ୟୁ ଲେଙ୍କା, ନିରଜଂନ ବେହେରା, ସଂଜୟ ସେଠୀ, ବଳରାମ ନାୟକ, ସଂଜୟ ସାହୁ, ବରିଷ୍ଠ ସଭ୍ୟ ଇଂ.ପ୍ରକାଶ ମିଶ୍ର ପ୍ରମୁଖ ଦାବି କରିଛନ୍ତି ।

Exit mobile version