Site icon Awaj Media

ଯୋଜନା ସରକାରଙ୍କର : ଘର ପିଛା ଟଙ୍କା ଆଦାୟ କରି ଖାଇଗଲେ କାର୍ଯ୍ୟନିର୍ବାହୀ ଅଧିକାରୀ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରୁ ସାମନାକୁ ଆସିଲା ସାଙ୍ଘାତିକ ଘୋଟଲାର ଅଭିଯୋଗ . ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପଟ୍ଟନାୟକ ଏବଂ ସରପଞ୍ଚ ନମିତା ପଣ୍ଡାଙ୍କ ସ୍ୱାମୀ ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଙ୍ଘାପଡା ପଞ୍ଚାୟତ ର ସିଙ୍ଘାପଡା ଗ୍ରାମବାସୀ । ଅଭିଯୋଗ ରୁ ପ୍ରକାଶ ଯେ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚଙ୍କ ସ୍ୱାମୀ ଗ୍ରାମବାସୀ ଙ୍କୁ ପାଇପ୍ ଲାଇନ୍ ଯୋଗାଇ ଦେବା ପାଇଁ ସାଧା କାଗଜ ରେ ରସିଦ ଦେଇ ଘର ପିଛା ଏକ ହଜାର ଟଙ୍କା ଲେଖାଏଁ ଆଦାୟ କରି ନେଇଛନ୍ତି । ରାଜ୍ୟ ସରକାର ମେଗା ପ୍ରକଳ୍ପ ଦ୍ୱାରା ଘରକୁ ମାଗଣାରେ ପାଣି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ କେଉଁ ନିୟମକୁ ଆଧାର କରି ଘରପିଛା ଏକ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି ।

ଏସମ୍ପର୍କରେ ଗ୍ରାମବାସୀ ମାନେ ଖଣ୍ଡପଡ଼ା ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କୁ ଜଣାଇବା ପରେ ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଜଳ କମିଟି ଗଠନ କରି ପାଇପ ଲାଇନ ସଂଯୋଗ କରାଯିବା ସହିତ ଆଦାୟ ହୋଇଥିବା ଅର୍ଥ ଫେରସ୍ତ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିଡ଼ିଓ ଙ୍କ ନିର୍ଦ୍ଦେଶକୁ ବେଖାତିରି କରି ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟଙ୍କା ଫେରସ୍ତ କରୁ ନଥିବା ଗ୍ରାମବାସୀ ମାନେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାର ଅତି ଶିଘ୍ର ତଦନ୍ତ କରି ଟଙ୍କା ଫେରସ୍ତ କରାଯିବା ସହିତ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ତୁରନ୍ତ ଏସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାଲାଗି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

Exit mobile version