Site icon Awaj Media

କଟକ ସଦର ବ୍ଲକରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କରୋନା ମହାମାରୀର ଦ୍ଵିତୀୟ ଲହର ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନୀତିକୁ ଆପଣେଇଛନ୍ତି ବହୁ ସାମାଜିକ ସଂଗଠନ . ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା,ବିଶୋଧନ କାର୍ଯ୍ୟକ୍ରମ ଓ ଏହାର ପାଳନ ଉପରେ ପୂର୍ଣ୍ଣ ଗୁରୁତ୍ୱ ଦେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଖଣ୍ଡେଇତା ପଂଚାୟତ ଉପକଣ୍ଠ ଖଣ୍ଡାଏତା , ଶଙ୍ଖାତ୍ରାଶ ଅରଡ, ଧାନଘରପଡା, ନାଗବାଲି, ତେଲେଙ୍ଗାପେଣ୍ଠ ଆଦି ବହୁ ସ୍ଥାନ ଏବଂ ଆଖପାଖ ଅଂଚଳରେ ବିଶୋଧାନା ଏବଂ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି . ସମାଜସେବୀ ଅଶୋକ ସାହୁ, ରସାନନ୍ଦ ବେହେରା, ଗଗନ ମୂଳିଆ, ନିକୁଞ କିଶୋର ସାମତରାୟ, ଅକ୍ଷୟ ରାଉତରାୟ, ହେମନ୍ତ ବେହେରା, ଦେବାଶିଷ ପରିଡା, ଦିଲିପ ସାହୁ, ସ୍ମୃତିରଞ୍ଜନ ବାବୁ, ବାବୁନା ବାବୁ ଆଦି ସ୍ୱେଚ୍ଛାସେବୀ ମାନେ ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତ୍ତା ପ୍ରଚାର କରି ଚାଲିଛନ୍ତି ଏବଂ ଏହି ଅଭିଯାନ ଆମଣ, ଉରାଳି ପଞ୍ଚାୟତର ବିଭିନ୍ନ ଗ୍ରାମରେ କରାଯିବାର ବ୍ୟବସ୍ଥା ରହିଛି ।

Exit mobile version