Site icon Awaj Media

ଖବର ପ୍ରକାଶନ ପରେ ପୂର୍ତ୍ତ ବିଭାଗର ରାତି ଅଧିଆ ମରାମତି କାମ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶୋଇ ରହିଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି । ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରି ଦେଇଛି । ବୁଧବାର ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧା ପନ୍ତରିଆ ତଥା ଉପର ଠାଉରିଆ ଭାବେ କେବଳ ପିଚୁ ମିଶ୍ରିତ ଗୋଡିଗୁଣ୍ଡ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ପୂର୍ତ୍ତ ବିଭାଗ ଭଳି ଏକ ଦାୟିତ୍ୱ ସଂପନ୍ନ ବିଭାଗର ସହରର ମୁଖ୍ୟ ଛକରେଏଭଳି ଉପର ଠାଉରିଆ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବୁଦ୍ଧିଜୀବୀ ନାରାୟଣ ସାହୁ, ସମାଜ ସେବୀ ଅଶୋକ ପରିଡା l

ପୂର୍ବରୁ ସେଠାରେ ସୁନ୍ଦର ଭାବେ ନିର୍ମିତ ଏକ ଡିଭାଇଡର ଥିଲା । ଆଉ ଲୋକେ ଟ୍ରାଫିକ ନିୟମ ମାନି ଯାତାୟାତ କରୁଥିଲେ । ଦୁର୍ଘଟଣା ମଧ୍ୟ ହେଉ ନ ଥିଲା । ତେବେ ଗତ ୨୦୧୯ରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ବେଳେ ଗାଡି ଯିବାପାଇଁ ଅସୁବିଧା ହେବା ଫଳରେ ଜିଲ୍ଲାପାଳଙ୍କ ଜାଣତରେ ଏହି ଡିଭାଇଡରକୁ ତରବରିଆ ଭାବେ ଭାଙ୍ଗି ଦେଇଥିଲେ, ହେଲେ ସେବେଠାରୁ ଆଉ ନିର୍ମାଣ ନ ହୋଇ ପଡି ରହିଥିଲା । ପୂର୍ବରୁ ଯେମିତି ଡିଭାଇଡର ଥିଲା ଏବେ ସେ ଭଳି ନିର୍ମାଣ କରିବାକୁ ଦାବୀ ହେଉଛି । ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଯୁବ ମ6ହାତ୍ସବ ସରିବା ପରେ ନିର୍ମାଣ କରିବା କଥା । ତେବେ ପ୍ରଶାସନ ଏହାକୁ ବର୍ଷବର୍ଷ ଧରି ପକାଇ ରଖିଥିଲା । ଏବେ ବିଭିନ୍ନ ଗଣମାଧ୍ୟମ ରେ ଏ ନେଇ ପ୍ରକାଶ ପାଇବା ପରେ ଚେତା ପଶୁଛି ବିଭାଗର । ସହର ମଧ୍ୟରେ ଯଦି ଏଭଳି ଅବସ୍ଥା ହେଲେ ଗ୍ରାମାଞ୍ଚଳରେ କିଭଳି କାମ ହେଉଥିବ ତାହା ସହଜରେ ଅନୁମେୟ ।

ସେ ଯାହାହେଉ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କିଛିଟା ତ କାମ ହୋଇପାରିଲା, ଆଗକୁ ପୁରା କାମ କେବେ ହେଉଛି ତାହା ଦେଖିବାର କଥା। ବିଭାଗର କିଛି ଦୁର୍ନିତୀ ଗ୍ରସ୍ତ ଯନ୍ତ୍ରୀଙ୍କ ପାଇଁ ପୂର୍ତ୍ତ ବିଦ୍ଭାଗ ରେ ନିମ୍ନମାନର ତଥା ଉପର ଠାଉରିଆ ଭାବେ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । ଫୁଲବାଣୀ ପୁର୍ତ୍ତ ବିଭାଗରେ ହେଉଥିବା ଦୁର୍ନିତୀର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପର ଭିଜିଲାନ୍ସ ଏସପି ଶାନ୍ତନୁ କୁମାର ପାଢି ଙ୍କୁ ପଚାରିବାରେ ସେ ପ୍ରମାଣ ସହ ଅଭିଯୋଗ ଆସିଲେ ତଦନ୍ତ କରି କIର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ।

Exit mobile version