Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଅଞ୍ଚଳ ହେଲା ସାନିଟାଇଜ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସଦର ଉପକଣ୍ଠ କନ୍ଦରପୁର ବଜାର, ବ୍ୟାଙ୍କ, ପୋଲିସ ଥାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପେଟ୍ରୋଲ ପମ୍ପ, କେଶପୁର ଗ୍ରାମ ଆଦି ବହୁ ସ୍ଥାନରେ ବିଶୋଧନ କାର୍ଯ୍ୟ କରାଯାଇଛି ।

ଏହି ସେଵାକାର୍ଯ୍ୟରେ ପରିଷଦର କାର୍ଯ୍ୟକର୍ତା ନାଟ୍ୟକାର ଅଶୋକ ପଟ୍ଟନାୟକ, ଦେବୀ ପ୍ରସାଦ ପତି, ନିରଂଜନ ରାଉଳ, ରବୀନ୍ଦ୍ର ପାତ୍ର, ସଂଜୟ ସାହୁ, ଇଂ.ପ୍ରକାଶ ମିଶ୍ର, ବଳରାମ ନାୟକ, ସନ୍ତୋଷ ଭୋଇ, ସଂଜୟ ସେଠୀ, ଅନିଲ ମହାପାତ୍ର, ଚକ୍ରବର୍ତ୍ତୀ ଓତା, ଓମପ୍ରକାଶ ପରିଡା, ପପିନା ବେହେରା, ପ୍ରକାଶ ବେହେରା, କିଶୋର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ସଫଳ କରିଥିଲେ । ଏହି ସେବାକାର୍ଯ୍ୟରେ ସର୍ବସାଧାରଣଙ୍କ ଅକୁଣ୍ଠ ସହଯୋଗ, ପରିଷଦର କର୍ମକର୍ତ୍ତା ମାନଙ୍କର ଆଗ୍ରହ, ସାଧୁ ଉଦ୍ୟମକୁ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବା ସହ ଆଗାମୀ ଦିନ ମାନଙ୍କରେ ଏହିପରି ବିଭିନ୍ନ ସେଵା ଦିଗରେ ସମସ୍ତେ ସହଯୋଗ କରିବାକୁ ସର୍ବସାଧାରଣରେ ନିବେଦନ କରିଛନ୍ତି ।

Exit mobile version