Site icon Awaj Media

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଅନିୟମିତତା ଅଭିଯୋଗ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଅନିୟମିତତା କୁ ଅଭିଯୋଗ ଆଣିଛନ୍ତି ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟ । କରୋନା ଆକ୍ରାନ୍ତ ରୋଗୀ ମାନଙ୍କୁ ସଠିକ ଭାବେ ଚିକିତ୍ସା କରାଯାଉ ନଥିବାରୁ ସେମାନେ ମାନସିକ ଅଶାନ୍ତି ସହ ଶାରୀରିକ କଷ୍ଟ ଭୋଗ କରୁଛନ୍ତି । ଜିଲ୍ଲାର ଜନୈକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଦୀର୍ଘ 12 ଦିନ ହେଲା ଚିକିତ୍ସା ହୋଇ ଆସୁଥିଲେ ମଧ୍ୟ ତାଙ୍କୁ 10 ଦିନରେ ଛାଡ଼ି ଦେବାକୁ କହି ମଧ୍ୟ ଏଯାଏଁ ଛାଡୁନାହାନ୍ତି । ଏପରିକି ସମ୍ପର୍କୀୟ ମାନେ ରୋଗୀର ବାସ୍ତବ ଅବସ୍ଥା ସମ୍ପର୍କରେ ଜାଣି ନପାରି କୋଭିଡି ହସ୍ପିଟାଲର ଚିକିତ୍ସା ଉପରୁ ଆସ୍ଥା ତୁଟିଯାଇଛି ବୋଲି ତାଙ୍କର ସମ୍ପର୍କୀୟ କହିବା ସହ ଆଜି ତାଙ୍କୁ ଏଠାରୁ ନେଇ କୌଣସି ବେସରକାରୀ ହସ୍ପିଟାଲରେ ଚିକିତ୍ସା କରିବାକୁ ଉଚିତ ମଣିଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲା ର ସ୍ୱାସ୍ଥ୍ୟ ବ୍ୟବସ୍ଥା ରେ ଥିବା ଉଚ୍ଚ ସରକାରୀ ବାବୁ ତଥା ଢେଙ୍କାନାଳର ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପଦକ୍ଷେପ ନେଲେ ସାଧାରଣ ଜନତା ସନ୍ତୁଷ୍ଟି ପାଇବା ସହ ସରକାରୀ କଳ ତଥା ସରକାରଙ୍କ ଉପରେ ତାଙ୍କର ବିଶ୍ୱାସ ବଜାୟ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Exit mobile version