କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଣସପଡ଼ି ନିବାସୀ ଅବସର ପ୍ରାପ୍ତ ମ୍ୟାଲେରିଆ ଇନ୍ସସ୍ପେକ୍ଟର ବଂଶୀଧର ପଣ୍ଡାଙ୍କର ୭୮ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି। ସ୍ୱର୍ଗତ ପଣ୍ଡା ଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ବିଭିନ୍ନ ଦୁର୍ଗମ ସ୍ଥାନ ବେଲଘର, ଲଙ୍କାଗଡ, ଝିରିପାଣି, ଗୁମା ଭଳି ବିଭିନ୍ନ ଅଞ୍ଚଳକୁ ଚାଲି ଚାଲି ଯାଇ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିବା ସହ ଡିଡିଟି ଛିଞ୍ଚନ, ଔଷଧ ବଣ୍ଟନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପୁଅ ନିରାକାର ପଣ୍ଡା, ଝିଅ ନିଳୀମା ପଣ୍ଡା, ଜ୍ୱାଇଁ ସନ୍ତୋଷ ମୁନି ଙ୍କ ସମେତ ନାତୁଣୀ ମାନେ ଉପସ୍ଥିତ ଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା l
ଅବସର ପ୍ରାପ୍ତ ମ୍ୟାଲେରିଆ ଇନ୍ସସ୍ପେକ୍ଟରଙ୍କ ପରଲୋକ !!

