Site icon Awaj Media

ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ : ଜରିମାନା ଆଦାୟ !

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ ବଳବତ୍ତର ରହିଛି ଲକ ଡାଉନ ର କଟକଣା . ସମସ୍ତ ପ୍ରକାରର ସାଂସ୍କୃତିକ , ରାଜନୈତିକ ଏବଂ ଜନଗହଳି କାର୍ଯ୍ୟ ଉପରେ ଲଗାଯାଇଛି ରୋକ . କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଆୟୋଜିତ ଏକ ଭୋଜିଭାତ ଆସର ଉପରେ ଚଢ଼ାଉ କରି ରୋକ ଲଗାଇଛି ପ୍ରଶାସନ . ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଳା ଉତ୍ସବ ଭୋଜି ଭାତର ଆୟୋଜନ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍‌ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ। ଏପରିକି ପୋଲିସ କାର୍ଯ୍ୟକ୍ରମ ଆୟୋଜକ ଙ୍କଠାରୁ ୧୦ ହଜାର ଏବଂ ତହସିଲ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଥିଲା । ଜନଜାତିଙ୍କ ପାରମ୍ପରିକ (କଳା ହେଉଛି ପୁଅ ବାହାଘରର କିଛି ଦିନ ବା ବର୍ଷ ବିତିବା ପରେ ଝିଅ ଘର ପକ୍ଷରୁ (କଳା) ବା ଭାର ନେଇ ଝିଅ ଶ୍ୱଶୁର ଘରକୁ ଆସିବା ନିୟମ ରହିଛି । ଏହି ସମୟରେ ଗାଁ ରେ ଭୋଜିଭାତର ଆସର ଜମିବା ସହ ଅଞ୍ଚଳବାସୀ ଏଥିରେ ଯୋଗ ଦେଇଥାନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ଭାର ଝିଅ ଘରର ଲୋକ ଦେଇ ନ ଥା’ନ୍ତି, ସେ ପର୍ଯ୍ୟନ୍ତ ଝିଅଘର ଲୋକ ଝିଅର ଶାଶୁ ଘରକୁ ଯାତାୟାତ କରିପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କିଲାବାଡ଼ି ଗ୍ରାମର ମହେଶ୍ୱର ପ୍ରଧାନ ଭୋଜିର ଆୟୋଜନ କରିଥିଲେ । ମହେଶ୍ୱର ଭୋଜିର ଆୟୋଜନ କରି କରୋନା କଟକଣା ଉଲ୍ଲଂଘନ କରିଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ଚଢ଼ାଉ କରାଯାଇଥିବା କୁହାଯାଇଛି ।

Exit mobile version