ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମାର୍ଚ୍ଚ ମାସ ୩୧ ତାରିଖରେ ନୟାଗଡ ମାଟିରେ ଘଟିଥିଲା ଅଘଟଣ । ନୟାଗଡ ମାଟିର ଗର୍ବ ତଥା ଉତ୍କଳ ଘଣ୍ଟ ଯଦୁମଣୀ ଙ୍କ ପ୍ରତିମୂର୍ତ୍ତି ଗାଡି ଧକ୍କାରେ ଭାଙ୍ଗିବା ପରେ ରହସ୍ୟଜନକ ଭାବରେ ପ୍ରତିମୂର୍ତ୍ତୀ ଟି ସେଠାରୁ ଗାଏବ ହୋଇଯାଇଥିଲା । ଏ ସମ୍ପର୍କିତ ଖବର ପ୍ରସାରଣ ପରେ ନୟାଗଡ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ଘଟଣାର ସମ୍ବେଦନଶୀଳତା କୁ ଦୃଷ୍ଟିରେ ରଖି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ପୈାର ପରିଷଦ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଗନ୍ନାଥ ମନ୍ଦିର ନିକଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବ୍ରୋଞ୍ଚ ରେ ନିର୍ମାଣ ହେଉଛି ଯଦୁମଣି ଙ୍କ ପ୍ରତିମୂର୍ତ୍ତି । ଏଥି ଲାଗି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜେନା ଙ୍କୁ ନୟାଗଡ଼ ବାସୀ ଧନ୍ୟବାଦ ଜଣାଇଛନ୍ତି । ତେବେ ଏତିକିରେ ଥମିଲା ନାହିଁ ପ୍ରତିମୂର୍ତ୍ତି ସମ୍ପର୍କୀତ ଘଟଣା , ମୂର୍ତ୍ତୀ ନିର୍ମାଣ ର ଫାଇଦା ନେବାକୁ ପଛାଇ ନାହାନ୍ତି ମୂର୍ତ୍ତି ଚୋରି କରି ନେଇଥିବା ବ୍ୟକ୍ତି ମାନେ । ମୂର୍ତ୍ତି ନିର୍ମାଣ ଚାଲିଥିବାର ଭିଡିଓ ପଠାଇ ଗାଡି ମାଡ କରିଥିବା ବ୍ୟକ୍ତି ଙ୍କ ଠାରୁ ବେଶ ମୋଟା ଅଙ୍କର ଅର୍ଥ ଆଣିଥିବା ସାଧାରଣ ରେ ଆଲୋଚନା ଜୋର ଧରିଛି । ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ଏହାର ଫାଇଦା ଉଠାଉଥିବା ଆଲୋଚନା ହେଉଛି । ଗାଡି ମାଡ କରିଥିବା ବ୍ୟକ୍ତି ଏବଂ ମୂର୍ତ୍ତି ଚୋରି କରିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଅର୍ଥ ଆଦାୟ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି ।