Site icon Awaj Media

ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ସଟ ଡାଉନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ପଞ୍ଚାୟତକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ତୁମୁଡିବନ୍ଧ ଅଞ୍ଚଳରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ସରପଞ୍ଚ ମୟନ୍ତି ପାଟ୍ଟମାଝୀ ପଞ୍ଚାୟତକୁ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ପୁରା ଅଞ୍ଚଳରେ ସାପ୍ତାହିକ ସଟଡାଉନ୍ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଲକ ଡାଉନ୍ ଅବଧି ମଧ୍ୟରେ ସଂକ୍ରମଣ କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଥିଲା । ବଜାର, ବୁଡାପଡ଼ା , ଖାରି ସାହି ଅଞ୍ଚଳରୁ ଦୁଇ ଦିନ ମଧ୍ୟରେ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକି ତୁମୁଡିବନ୍ଧ ପଞ୍ଚାୟତ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ଏହି ସଟଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଏହା ବ୍ୟତୀତ ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି । ଯଦି କେହି କୋଭିଡ଼ କଟକଣାକୁ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Exit mobile version