Site icon Awaj Media

କରୋନା ପରୀକ୍ଷାକେନ୍ଦ୍ର ଖୋଲିବାକୁ ଉତ୍କଳ ବିକାଶ ପରିଷଦର ଦାବି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ କିଶନନଗର ଅଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟି ରେ ରଖି ସ୍ଥାୟୀ କିମ୍ବା ଭ୍ରାମ୍ୟମାଣ ପରୀକ୍ଷା କେନ୍ଦ୍ର ଖୋଲି ଜନସାଧାରଣଙ୍କୁ ସେଵା ଯୋଗାଇ ଦେବାକୁ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଲେଖି ସମସ୍ୟାର ସମାଧାନ ନିମନ୍ତେ ଦାବି କରିଛନ୍ତି । ଏହି ପତ୍ରରେ ଉକ୍ତ ପରୀକ୍ଷା କେନ୍ଦ୍ର ଖୋଲିବା ନେଇ ସମସ୍ତ ପ୍ରକାର ସହଯୋଗ ପରିଷଦ ପକ୍ଷରୁ କରାଯିବାକୁ ଉଲ୍ଲେଖ ଦିଆଯାଇଛି । ସୂଚନା ଥାଉକି ଏହି କେନ୍ଦ୍ର ଖୋଲାଗଲେ ସଦର ଅଞ୍ଚଳର ବହୁ ଲୋକ ଉପକୃତ ହେବା ସହ କରୋନା ରୋଗୀ ଚିହ୍ନଟ ପ୍ରକ୍ରିୟା ସହଜ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଯୋଗାଇ ସଂକ୍ରମଣକୁ ବହୁଭାବେ ରୋକାଯାଇ ପାରିବ ।

Exit mobile version