Site icon Awaj Media

ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ କରୋନା : ୩ ଦିନ ପାଇଁ ବନ୍ଦ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖାଯାଇଛି । ଏଭଳି ସ୍ଥଳେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରବେଶ କରିଛି କରୋନା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡ଼ାକ୍ତର କରୋନା ସଂକ୍ରମିିତ ଚିହ୍ନଟ ପରେ ସଂପୂର୍ଣ୍ଣ ଭାବେ ଡ଼ାକ୍ତରଖାନା ପରିସରକୁ ସାନିଟାଇଜ କରିବା ସହିତ ତିନିଦିନ ପାଇଁ ଡ଼ାକ୍ତରଖାନାକୁ ବନ୍ଦ ଘୋଷଣା କରାଯାଇଛି । ଖଜୁରିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅନେକ ଅଞ୍ଚଳର ବିିଭିନ୍ନ ପ୍ରକରେ ରୋଗୀ ସଂପୂର୍ଣ୍ଣ ଭାବେ ନିର୍ଭର କରୁଥିବା ବେଳେ ଏଠାରେ ଥିବା ଡ଼ାକ୍ତର ମାନେ ମଧ୍ୟ ଦିନରାତି ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି । ଅନେକ ରୋଗୀ ମଧ୍ୟ ମେଡ଼ିକାଲ୍ ସମୟ ବାହାରେ ଆସୁଥିବା ବେଳେ ସିଧା ଡ଼ାକ୍ତରମାନଙ୍କ ବାସଭବନରେ ପହଞ୍ଚି ଚିକିତ୍ସା ପାଇଁ ଅନୁରୋଧ କରୁଛନ୍ତି, ଡ଼ାକ୍ତରମାନେ ମଧ୍ୟ କଥା କାଟି ନପାରି ଚିକିତ୍ସା କରୁଛନ୍ତି ।ତେବେ ଏଭଳି ସମୟରେ ଜଣେ ଡ଼ାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଅନ୍ୟ ଡ଼ାକ୍ତର ଓ କର୍ମଚାରୀ ମାନେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ପ୍ରକାଶ । ତେବେ ଆଜି ପଜିଟିଭ୍ ଚିହ୍ନଟ ପରେ ୩ ଦିନ ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଥିବା ମେଡ଼ିକାଲ୍ ଇନଚାର୍ଜ ଡ଼ାକ୍ତର ନିମାଇଁ ଚରଣ ବିଶି ସୂଚନା ଦେଇଛନ୍ତି । ତେବେ ଏଥିରେ ସାଧାରଣ ଜନତା କୌଣସି ପ୍ରକର ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Exit mobile version