Site icon Awaj Media

ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସହଯୋଗ ପାଇଁ ହାତ ବଢାଇଲା ଟିମ୍ ହ୍ୟୁମାନିଟି !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି। ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଙ୍ଗିନ୍ ହେଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି। ଗତ ୨ ଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ବ୍ଳକ ରେଡ଼୍ ଜୋନରେ ପହଞ୍ଚିଥିବା ବେଳେ ବ୍ଳକର ଫୁଲବାଣୀ ପୌର ପରିଷଦର ମଧ୍ୟ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମିତକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଅନେକଙ୍କୁ ସଙ୍ଗୋରୋଧରେ ରହିବା ପାଇଁ ପରାମର୍ଶ ଦିଆଯିବା ସହିତ ଅନେକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଭଳି ସ୍ଥଳେ ବର୍ତ୍ତମାନ ପରିସ୍ଥିତିରେ ସଙ୍ଗୋରୋଧରେ ବହୁ ଧନି ଓ ଗରୀବ ଶ୍ରେଣୀର ବ୍ୟକ୍ତି ବିଶେଷ ଥିଲେ ମଧ୍ୟ ସଙ୍ଗୋରୋଧ ଯୋଗୁଁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ୍ ହୋଇ ପଡ଼ିଛି। ତେବେ ପୌର ପରିଷଦ ପକ୍ଷରୁ କେବଳ ବାଉଁଶ ବାଡ଼ ପକାଇ ଦିଆଯାଉଥିଲେ ମଧ୍ୟ ଏହି ମାନଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଭଳି ଭାବେ ପହଞ୍ଚିବ ଓ ସେହି ପରିବାର ଗୁଡ଼ିକ କିଭଳି ଭାବେ ଚଳିବେ ସେ ନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ ଏଥିରେ ବିଶେଷ କରି ବହୁ ଗରୀବ ସଙ୍ଗୋରୋଧମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ସଙ୍ଗୋରୋଧରେ ଥିବା ବ୍ୟକ୍ତି ବିଶେଷଙ୍କୁ ସହଯୋଗ ପାଇଁ ୨ଟି ଟେଲିଫୋନ୍ ନମ୍ବର ସହିତ ୨ଜଣଙ୍କ ନିୟୋଜିତ କରିଥିବା ବେଳେ ଗତ ୨ ଦିନ ମଧ୍ୟରେ ବହୁ ସଂଖ୍ୟରେ ଫୋନ୍ ପହଞ୍ଚିଛି ସଂଗଠନର ସଦସ୍ୟ ମାନଙ୍କ ପାଖରେ। ତେବେ ସଙ୍ଗୋରୋଧରେ ଥିବା ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ସକ୍ଷମ ନଥିବା ଦର୍ଶାଉଥିବା ବେଳେ ଟିମ୍ ପକ୍ଷରୁ ଯଥା ସମ୍ଭବ ଉକ୍ତ ବ୍ୟକ୍ତିଙ୍କ ପାଖରେ କିଛି କଞ୍ଚାଖାଦ୍ୟ ମଧ୍ୟ ଯୋଗାଇବା ଆରମ୍ଭ କରିଛି। ଫୁଳବାଣୀ ପୌର ପରିଷଦ ଅନ୍ତର୍ଗତ କୁମ୍ଭାରପଡ଼ା ଅଞ୍ଚଳର ଜନୈକ ବ୍ୟକ୍ତି ସଙ୍ଗୋରୋଧରେ ଥିବା ବେଳେ ନିଜର ନିତ୍ୟବ୍ୟବହାର୍ଯ୍ୟ ଜିନିଷ କ୍ରୟ କରିବା ସେ ଅସମର୍ଥ ଦର୍ଶାଇବାରୁ ଟିମର ସଦସ୍ୟ ଭି.ଜଗନ୍ନାଥ ରାଜୁ ଓ ସାଇରାମ ପାତ୍ର ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ଟିମ୍ ହ୍ୟୁମାନିଟ୍ କନ୍ଧମାଳର ଏଭଳି ପ୍ରୟାସକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।

Exit mobile version