Site icon Awaj Media

ବାଲିଗୁଡା ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ କଡାକଡି : ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନାର ଦ୍ୱିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଇଛି। ତଥାପି କିଛି ଅମାନିଆ କଟକଣାକୁ ଖାତିର କରୁନାହାନ୍ତି। ଏ ନେଇ ଜି.ଉଦୟଗିରି ତହସିଲଦାର ଜନ୍ମେଜୟ ସାହୁ କୋଭିଡ କଟକଣା ଉଲଙ୍ଘନ କରିଥିବା ଅଭିଯୋଗରେ ସହରର ଏକ ଘରୋଇ କ୍ଳିନିକ ଠାରୁ ଜରିମାନା ଆଦାୟ କରିଥିବା ବେଳେ ସ୍ଥାନୀୟ ପୋଲିସ ଏସଆଇ ବିଭୂତି ଭୂଷଣ ମୂଦୁଲି ଓ ଏଏସଆଇ ପ୍ରମୋଦ କୁମାର ଦୀପ ଟିମ ନେଇ ସହରର ଅସ୍ଥାୟୀ ପରିବା ବଜାର ନିକଟରେ ଯାଞ୍ଚ କଡାକଡି ଭାବେ କରୁଥିବାର ଦେଖାଦେଇଥିଲା। ହେଲମେଟ ଓ ମାକ୍ସ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ତଣ୍ଡ ଆଦାୟ କରିବା ସହ ସେମାନଙ୍କ ଜୀବନର ସୂରକ୍ଷା ପାଇଁ ହେଲମେଟ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ମଧ୍ୟ ସଚେତନ କରୁଥିଲେ। ପ୍ରକାଶ ଥାଉକି କିଛି ଦିନ ହେଲା ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ଯାଞ୍ଚ ସହରର ଚାରିଆଡେ ଚାଲିଥିବା ବେଳେ କେତେକ ସଚେତନ ଅମାନିଆ ମାସ୍କ ତଳକୁ କରି ଧରାପଡି ଅଯଥା ଯୁକ୍ତି କରି ତଣ୍ଡ ମଧ୍ୟ ଗଣିଥିବାର ନଜରକୁ ଆସିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କଲେ ମଧ୍ୟ ଚେଇଁ ଶୋଇଥିବା ଅମାନିଆ ବନ୍ଧୁ ଭୟାବହତାକୁ ହୃଦୟଙ୍ଗମ କରି କୋଭିଡ-୧୯ କଟକଣା ମାନିବାକୁ ଅନୁରୋଧ କରାଯାଉଛି।ତଥାପି, ଯଦି କିଏ କଟକଣା ନ ମାନନ୍ତି ତେବେ ସେମାନଙ୍କ ପ୍ରତି ପ୍ରଶାସନ କଠୋର ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

Exit mobile version