Site icon Awaj Media

ତୁମୁଡିବନ୍ଧ ବ୍ଲକ ଅଞ୍ଚଳକୁ ଜିଲ୍ଲା ବାହାର ଲୋକଙ୍କ ଅବାଧ ପ୍ରବେଶ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଉପରମୁହାଁ ହେଉଥିବା ବେଳେ ତାହାକୁ ରୋକ ଲଗାଇବା ପାଇଁ ସରକାର ମେ୫ ରୁ ୧୯ତାରିଖ ୧୫ଦିନ ଲକ୍ ଡ଼ାଉନ୍ ଜାରି କରିଛନ୍ତି . ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଯଥାକ୍ରମେ ୫୦ ଓ ୨୦ଜଣଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ରହୁଥିବା ବେଳେ ତୁମୁଡ଼ିବନ୍ଧରେ ଖୁଲମଖୁଲ୍ଲା ଶହଶହ ଲୋକଙ୍କୁ ଏକାଠି କରି ଭୋଜି କରିବା ମହାଙ୍ଗା ପଡ଼ିଛି । ତେବେ ବ୍ଲକ ଭିତରକୁ ବାହାର ଲୋକଙ୍କ ଅବାଧ ପ୍ରବେଶ ବଢ଼ାଇଛି ଚିନ୍ତା , ସ୍ଥାନୀୟ ପ୍ରଶାସନ ରୋକିବା ବଦଳରେ ଜାଣିଶୁଣି ନିରବ ରହିବା ଆଜି ତୁମୁଡ଼ିବନ୍ଧ ପାଇଁ ଚିନ୍ତା ବଢ଼ାଉଛି । ଚଳିତ ମାସ୧୧ ରୁ ୧୭ତାରିଖ ୭ଦିନ ପାଇଁ ତୁମୁଡିବନ୍ଧ ବଜାରକୁ ସଟଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ମୟନ୍ତି ମାଝୀ।

ବୁଡ଼ାପଡ଼ା ଗ୍ରାମର ଗୋଟିଏ ପରିବାରର ଏକା ଧିକ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଜାରସାହି, ଲହୋରାସାହି, ଲାଇନପଡ଼ା, କେନ୍ଦୁପଡ଼ା, ମାଉସୀ ମା ମନ୍ଦିରସାହି, ଏଭଳି ବିଭିନ୍ନ ସାହିରେ ଲୋକେ ଏବେ ବି ଜ୍ଵର ଓ ଥଣ୍ଡାରେ ପଡ଼ିଥିବା ଜଣାପଡ଼ିଛି। ତୁମୁଡ଼ିବନ୍ଧ ପଜିଟିଭ ସଖ୍ୟା ଚିନ୍ତା ବଢ଼େଇଛି। ତୁମୁଡିବନ୍ଧ ବ୍ଲକର ବେଲଘର, ଝିରିପାଣି, ଲଙ୍କାଗଡ, ବିଲାମାଳ, ଭଣ୍ଡରଙ୍ଗି, ଗୁମା ବିଭିନ୍ନ ପଞ୍ଚାୟତ ପଡ଼ୋଶୀ କଳାହାଣ୍ଡି, ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ସାଧାରଣ ବଜାର ଠାରୁ ଆରମ୍ଭ କରି ସମ୍ପର୍କୀୟ ଲୋକଙ୍କ ଭୋଜି ଭାତରେ ଯୋଗ ଦେବାପାଇଁ ପ୍ରତ୍ୟେକ ଦିନ ଲୋକ ଯିବା ଆସିବା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି। ନା ପ୍ରଶାସନ ନା ସ୍ଥାନୀୟ ସରପଞ୍ଚ କେହିବି ଏହାକୁ ବାରଣ କରୁନାହାନ୍ତି। ପ୍ରଥମ ଲହର ସମୟରେ ସରପଞ୍ଚମାନଙ୍କୁ ଯେଉଭଳି କୋଭିଡ ପରିଚାଳନା ପାଇଁ ସ୍ଵାଧୀନତା ଦିଆଯାଇଥିଲା ଦ୍ୱିତୀୟ ଲହର ସମୟରେ ସେହିଭଳି ସ୍ଵାଧୀନତା ବିଡିଓ ଦେଉନଥିବା କିଛି ସରପଞ୍ଚ ଅଭିଯୋଗ କରିଛନ୍ତି। ଗାଁ ଗାଁ ରେ ସାନିଟଇଜ କିମ୍ବା ବ୍ଲିଚିଂ ପାଉଡର ସିଞ୍ଚନ ହେଉନାହିଁ।ବେଲଘରରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ରହୁଥିବା ବେଳେ ସେଠାକୁ ଥଣ୍ଡା, କାଶ ଓ ଜ୍ଵର ହେଉଥିବା ବ୍ୟକ୍ତି ଆସୁଥିବା ବେଳେ ସେହିଭଳି କିଛି ପରୀକ୍ଷା କରାଯାଉ ନାହିଁ, ଯାହା ଫଳରେ ଗାଁଗାଁରେ ଏବେ ଲୋକେ ଜ୍ଵର ଥଣ୍ଡାରେ ରହିଥିବା କହୁଛନ୍ତି। କିଛି ଝିରିପାଣି ଅଞ୍ଚଳର କିଛି ଗ୍ରାମବାସୀ। ସ୍ଥାନୀୟ ପ୍ରଶାସନ ନୀରବ ପାଲଟି ଥିବା ଅଭିଯୋଗ ହୋଇଛି। ଯଦି ଏବେ ଠାରୁ ପ୍ରଶାସନ ସଜାଗ ନହୁଏ ତେବେ ଗାଁ ଗାଁରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ଅଞ୍ଚଳର ବହୁ ବୁଦ୍ଧିଜୀବୀ।

Exit mobile version