Site icon Awaj Media

କିସ ଫାଉଣ୍ଡେସନ ତରଫରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଜାରି ରହିଛି ତାଲାବନ୍ଦ ଏବଂ ସପ୍ତାହନ୍ତ କଟକଣା । ଏପରି ସ୍ଥଳେ ଦରିଦ୍ର ଏବଂ ଅସହାୟ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିପତ୍ତି ସମୟରେ ସେମାନଙ୍କ ପାଖରେ ଛିଡା ହୋଇଛି କିସ୍‍ ଫାଉଣ୍ଡେସନ । କିସ୍‍ ଫାଉଣ୍ଡେସନ ର ମୁଖ୍ୟ ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ଫୁଲବାଣୀ ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଅମଲାପଡା, ଜିରିଙ୍ଗିପଡା, ପେଞ୍ଜିସାହି, କୁମ୍ଭାରପଡା, ଫୁଲବାଣୀ ସାହି ଆଦି ବିଭିନ୍ନ ସ୍ଥାନରେ ରହୁଥିବା ଅସହାୟ ମାନଙ୍କ ନିକଟରେ କିସ୍‍ ଫାଉଣ୍ଡେସନର ସଦସ୍ୟ ଭାଗିରଥୀ ସେଠୀ, ବିଦ୍ୟାଧର ପ୍ରଧାନ, ସୁନିଲ ସେଠୀ, ଅନନ୍ତ ନାରାୟଣ ବେହେରା, ବିଷ୍ଣୁ ବେହେରା, ପ୍ରଦୀପ କୁମାର ନାୟକ ପ୍ରମୁଖ ପହଞ୍ଚି ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । ତାଲାବନ୍ଦ ସ୍ଥିତି ଜାରି ରହିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟିମ୍‍ ମୁଖ୍ୟ ଭାଗିରଥୀ ସେଠୀ କହିଛନ୍ତି । ସେହିଭଳି ଫୁଲବାଣୀ ମ୍ୟୁନିସିପାଲଟି ପକ୍ଷରୁ ମଧ୍ୟ ଟିମ୍‍ ହ୍ୟୁମାନିଟି ସହଯୋଗରେ ସହରରେ ପ୍ରାୟ ୪୦ରୁ ଅଧିକ ଯାଯାବର, ଅସହାୟ ଲୋକଙ୍କୁ ତାଲାବନ୍ଦ ଆରମ୍ଭ ଦିନଠାରୁ ସହାୟତା ସାମଗ୍ରୀ ବଣ୍ଟନ କରାଯାଉଛି । ଗତକାଲି ଏହି ରିଲିଫ କାର୍ଯ୍ୟରେ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସାମିଲ ହୋଇ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ ।

Exit mobile version