Site icon Awaj Media

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଶୁଭେଛୁ ଙ୍କ ସହିତ ସହ କଲେ ଆଲୋଚନା !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆମ ପରିବାର ଯାଜପୁର ନାମକ ସଙ୍ଗଠନରେ ସାମିଲ ଥିବା ଯାଜପୁର ଜିଲ୍ଲା ରେ ଥିବା ନିଜର ଶୁଭେଛୁ ମାନଙ୍କ ସହ ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି | ବୈଠକକୁ ମନ୍ମଥ ମଲ୍ଲିକ ସଂଚାଳନା କରିଥିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ଙ୍କ ସମେତ ଜୀବନ କୁମାର ସାହୁ, ବିଶ୍ୱ ରଞ୍ଜନ ସାହୁ, ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା, ନିକୁଞ୍ଜ ପଟନାୟକ, ମୌସୁମୀ ମହାପାତ୍ର, ଦେବାଶିଷ ନାୟକ, ନିଶିକାନ୍ତ ନାୟକ, ସିମନ୍ତିନି ଜେନା, ବିଜେପିର ସାଂସଦ ପାର୍ଥି ଥିବା ଅମୀୟକାନ୍ତି ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡା, ପୂର୍ବତନ ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ବରିଷ୍ଠ ନେତା କାହ୍ନୁ ଚରଣ ଦାସ, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଡାକ୍ତର କୈଳାସ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଂଜନ ନାୟକ, ଯୁବ ନେତା ଅସୀମକାନ୍ତ କର, ସରୋଜ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ସାହୁ, ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା, ସୌଭାଗ୍ୟ ନନ୍ଦ ମିଶ୍ର, ସରୋଜ ଦେ, ଗୋପୀନାଥ ଗଜପତି ଭୂୟାଁ, ଗୋକୁଳ ଚନ୍ଦ୍ର ପରିଡା, ରମାକାନ୍ତ ଖୁଣ୍ଟିଆ ଏବଂ ଡାକ୍ତର ରାଜ କିଶୋର ପଣ୍ଡା ପ୍ରମୁଖ 200 ରୁ ଊର୍ଦ୍ଧ୍ୱ ପ୍ରତିନିଧି ସାମିଲ ହୋଇଥିଲେ | ଆଗାମୀ ଦିନରେ ଯାଜପୁର ଜିଲ୍ଲାରେ ସଙ୍ଗଠନ ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ କରୋନା ସଂକ୍ରମଣ ନିୟନ୍ତ୍ରଣ କୁ ଆସିବା ପରେ ପୁଣି ଥରେ ଯାଜପୁର ଜିଲ୍ଲା କୁ ଆସିବେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଥିଲେ |

Exit mobile version