Site icon Awaj Media

ବୁଲା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ପାଣି ତୋରାଣି ବ୍ୟବସ୍ଥା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମହାମାରୀ କରୋନା ରୁ ବର୍ତ୍ତୁ ନାହାନ୍ତି ଜୀବଜନ୍ତୁ । ଖାଦ୍ୟ ବିନା ଡହକ ବିକଳ ହୋଇ ବୁଲୁଛନ୍ତି ନୀରିହ ପଶୁପକ୍ଷୀ ମାନେ । ସରକାର ଙ୍କ ପକ୍ଷରୁ ଯୋଜନା ହୋଇଅଛି , କିନ୍ତୁ ଯୋଜନାର ଫଳ କାହାକୁ ମିଳୁଛି ତାହା ଯୋଜନା ପରିଚାଳନା କରୁଥିବା ବ୍ୟକ୍ତି ଙ୍କୁ ହିଁ ଜଣା । କାଗଜପତ୍ର ଠିକ୍ ତ ସବୁ ଠିକ । ମହାମାରୀ ର ଏହି ବିପଦ ସମୟରେ ନୟାଗଡ଼ ସହର ମଧ୍ୟରେ ବୁଲା ପଶୁପକ୍ଷୀଙ୍କ ଙ୍କ ସାହାରା ହୋଇଛି ଜୀବ ମଙ୍ଗଳ ସମିତି । ସମାଜସେବୀ ଦାମୋଦର ସାହୁ ଙ୍କ ନେତୃତ୍ୱରେ କାହ୍ନୁଚରଣ ସାହୁ, ଯୁବ ସ୍ଵେଚ୍ଛାସେବୀ ସଞ୍ଜୟ କୁମାର ସାହୁ , ପରମେଶ୍ଵର ସାହୁ ପ୍ରମୁଖ ପ୍ରତିଦିନ ପ୍ରାତଃ ରୁ ନୟାଗଡ଼ ସହର ସାରା ବୁଲିବୁଲି ବୁଲା ଗାଈଗୋରୁ, କୁକୁର, ଷଣ୍ଢ ଏବଂ ପକ୍ଷୀ ମାନଙ୍କୁ ନିଜସ୍ଵ ଖର୍ଚ୍ଚରେ ଖାଦ୍ୟ ଯୋଗାଇବା ସହ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ କୁଣ୍ଡ ରଖି ପାଣି ତୋରାଣି ଆଦି ଦେଉଛନ୍ତି । ସମିତି ର ଏହି ଜୀବ ଦୟା ମନୋଭାବକୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

Exit mobile version