Site icon Awaj Media

ମହାମାରୀ ସଂକ୍ରମଣ ରୋକିବା ପାଇଁ ବିଶୋଧନ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ଉପକଣ୍ଠ ଉରାଳି ପଞ୍ଚାୟତର ଉରାଳି, ସଇନ୍ଦା, କାଜିପୁର, ନଛିପୁର, ଜରିପଡା ଆଦି ଗ୍ରାମ ଏବଂ କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡ ଅନ୍ତର୍ଗତ ତେଲେଙ୍ଗାପେଣ୍ଠ, ସ୍ଥାନୀୟ ବଜାର, ଜନଗହଳିପୂର୍ଣ୍ଣ ଅଞ୍ଚଳ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଐତିହାସିକ ଗାନ୍ଧୀସ୍ମୃତି ପୀଠ,ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବଜାରରେ ଥିବା ୩ ଗୋଟି ଏ.ଟି.ଏମ., ସଦର ଥାନା ଆଦି ବହୁ ସ୍ଥାନରେ ସାନିଟାଇଜେସନ କରାଯିବ ସହିତ କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯାଇଛି । ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦର ସମାଜସେବୀ ଅଶୋକ ସାହୁ, ସୁକାନ୍ତ ପ୍ରଧାନ, ଗଗନ ମୂଳିଆ,ଦେବାଶିଷ ପରିଡା, ହେମନ୍ତ ବେହେରା, ବସନ୍ତ ରାଉତ ,ରଞ୍ଜିତ ଦାସ, ସଂଜୟ ଦାସ, ମହନା ମହାନ୍ତି, ଉତ୍ତମ ମହାନ୍ତି, ଦିଲିପ ସାହୁ, ଲୋକନାଥ ସାହୁ, ନିକୁଞକିଶୋର ସାମନ୍ତରାୟ ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ବିଶୋଧନ କାର୍ଯ୍ୟକ୍ରମ ସହ ଜନସଚେତନତା ଜାରି ରଖିବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତ୍ତା ମାନଙ୍କୁ ନିବେଦନ କରିଛନ୍ତି ।

Exit mobile version