ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ପୁଣି ବଢ଼ିଲା ଲକ ଡାଉନ ଅବଧି . ଆସନ୍ତା ଜୁନ ମାସ ୧ ତାରିଖ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ ଡାଉନ କଟକଣା . କରୋନା ସଂକ୍ରମଣ ପରିସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟରେ ପ୍ରଥମ ଦଫାରେ ରାଜ୍ୟ ସରକାର 15 ଦିନର ଲକ ଡାଉନ କଟକଣା ଘୋଷଣା କରିଥିଲେ , ଆସନ୍ତା କାଲି ଲକ ଡାଉନ ସମୟ ସୀମା ସରିବାକୁ ଥିବା ସମୟରେ ଆଜି ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି . କରୋନା ସଂକ୍ରମଣ ସ୍ଥିତି ବଢି ଚାଲିଥିବାରୁ ରାଜ୍ୟ ରେ ଆଉ ଦୁଇ ସପ୍ତାହ ଲକ ଡାଉନ ନିୟମ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି .
ଦୁଇ ସପ୍ତାହର ଲକ ଡାଉନ ମଧ୍ୟରେ ସପ୍ତାହନ୍ତ ସଟ ଡାଉନ ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ . ତେବେ ତାଲାବନ୍ଦ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ସରକାର , ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳୁ ଚାରି ଘଣ୍ଟା ପାଇଁ ନିୟମ କୋହଳ ରହିବ , ୫ ଶହ ମିଟର ମଧ୍ୟରେ ଚାଲି ଚାଲି ଯାଇ ଲୋକେ ନିଜର ଅତ୍ୟାବଶ୍ୟକୀୟ ସମଗ୍ରୀ କ୍ରୟ କରି ପାରିବେ . ପୂର୍ବ ପରି ଦ୍ରବ୍ୟ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ . ବିବାହ ଉତ୍ସବ , ସାମାଜିକ ମାଙ୍ଗଳିକ କାର୍ଯ୍ୟ , ସଭା ସମିତି , ଦେବାଳୟ ପରିସରରେ ଗହଳି ଉପରେ ଲଗା ଯାଇଛି ରୋକ . ପୂର୍ବରୁ ବିବାହ ଉତ୍ସବରେ 50 ଜଣଙ୍କୁ ଅନୁମତି ଦିଆ ଯାଉଥିଲା , ତେବେ ଏବେ 25 ଜଣଙ୍କୁ ମିଳିବ ଅନୁମତି . ବିବାହ ବ୍ରତ ଶୁଦ୍ଧିକ୍ରିୟାରେ ଭୋଜିଭାତ ଆୟୋଜନ ହୋଇ ପାରିବ ନାହିଁ .
ଲକ ଡାଉନ କଟକଣା ମଧ୍ୟରେ କଣ ଖୋଲା ରହିବ, କଣ ସବୁ ବନ୍ଦ ରହିବ ସେ ନେଇ ଜାରି ହୋଇଛି ଗାଇଡ଼ ଲାଇନ . ଡାକ୍ତରଖାନା , ନର୍ସିଂହୋମ , ଔଷଧ ଦୋକାନ ଏବଂ ଅତ୍ୟାବଶ୍ୟକୀୟ ସେବା ପ୍ରଦାନକାରୀ ସଂସ୍ଥା ସବୁ ଖୋଲା ରହିବ . କ୍ଷୀର ଦୋକାନ ଏବଂ ଖବରକାଗଜ ବିତରଣ ପାଇଁ କୌଣସି କଟକଣା ନାହିଁ . ପୁଲିସ , ଅଗ୍ନିଶମ , ପିଏଚଡି , ଜଳ ଯୋଗାଣ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଖୋଲା ରହିବ , ସରକାରୀ କାର୍ଯ୍ୟାଳୟରେ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ଆଦେଶନାମା ଜାରି ହୋଇଛି . ବିଦ୍ୟୁତ ଯୋଗାଣ , ଟେଲିସେବା , ଫୁଡ ପାର୍ଶଲ ସର୍ଭିସ ଏବଂ ଗଣମାଧ୍ୟମ କର୍ମଚାରୀ ନିଜର ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ . ଗତ ମାସରେ କରୋନା ଜନିତ ସଂକ୍ରମଣ ଶୀର୍ଷରେ ରହିଥିବା ବେଳେ ଏବେ ଗ୍ରାମାଞ୍ଚଳରେ ପଜିଟିଭ ସଂଖ୍ୟା ବଢିବା ଚିନ୍ତା ବୃଦ୍ଧି କରିଛି . ଆବଶ୍ୟକ ନ ଥାଇ ଘରୁ ନ ବାହାରିବା ଯାଇଁ ଅପିଲ କରିଛନ୍ତି ସରକାର . ଅନ୍ୟ ପକ୍ଷରେ କୋଭିଡ ପରୀକ୍ଷା ଏବଂ ଟିକାକରଣକୁ ଗୁରୁତ୍ୱ ଦିଆଯାଇ ଗ୍ରହଣ କରାଯାଉଛି ବ୍ୟାପକ ପଦକ୍ଷେପ . ସର୍ବଦା ମାସ୍କ ବ୍ୟବହାର , ସାମାଜିକ ଦୂରତା ନିୟମ କୁ କଡାକଡି ଭାବରେ ପାଳନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ସରକାର .

