Site icon Awaj Media

ମହଙ୍ଗା ପଡିଲା ଭୋଜି ଆସର : ଆୟୋଜକ ଗଣିଲେ 15 ହଜାର ଜୋରିମାନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହଙ୍ଗା ପଡିଲା କଟକଣା ନ ମାନି ଭୋଜିଭାତ ର ଆୟୋଜନ । କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ଚଢ଼ାଉ କରିବା ପରେ ଆୟୋଜକ 15 ହଜାର ଜରିମାନା ଗଣିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ର ବିଷୟ ପାଲଟିଛି .

ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଣ୍ଡାହାତୀ ପଞ୍ଚାୟତର ରତନ ତାଳସିଂ ଗ୍ରାମରେ ଏକ ବାହାଘର ଆୟୋଜନ କରାଯାଇଥିଲା । କୋଭିଡ଼ ଗାଇଡ଼ ଲାଇନକୁ ଉଲ୍ଲଘଂନ କରାଯାଇ ବହୁ ସଂଖ୍ୟକ ଲୋକ ମାନଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ଏହି ବିଷୟରେ ଖବର ପାଇ ରାୟଗଡ ତହସିଲଦାର ଗେରାବନ୍ଧ ଥାନା ଅଧିକାରୀ ପହଞ୍ଚି ବିବାହ ଭୋଜିକୁ ବନ୍ଦ କରିଥିଲେ । କୋଭିଡ଼ ଗାଇଡ ଲାଇନ ଉଲ୍ଲଂଘନ କରିବା ଅଭିଯୋଗରେ ରାୟଗଡ ତହସିଲଦାର ଆୟୋଜକଙ୍କ ଠାରୁ 15 ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହିତ ଭୋଜି କୁ ଗ୍ରାମରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Exit mobile version