Site icon Awaj Media

ପାଟ୍ରୋଲିଂ କଡାକଡି : ୭ ଅମାନିଆ ବ୍ୟବସାୟୀଙ୍କ ଦୋକାନ ସିଲ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦିନକୁ ଦିନ ବୃଦ୍ଧି ପାଉଛି, କରୋନା ସଂକ୍ରମଣ ର ଭୟ , କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେ କି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ । ସରକାରୀ କୋଭିଡ ନିୟମକୁ ଫୁ କରି ନିଜ ମନମାନି ଚଳାଇଥାନ୍ତି । ଏହି ଭଳି କିଛି ଅମାନିଆ ବ୍ୟବସାୟୀ ଙ୍କୁ ନିୟମିତ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ସାବାଡ କରୁଥିବା ଦେଖିବାକୁ ମିଳିଛି ।

ଲକ୍ ଡାଉନ୍ ସମୟରେ ତେଜରାତି ଦୋକାନ, ପରିବା ଦୋକାନ , ଅଣ୍ଡା, କ୍ଷୀର , ମାଛ, ମାଂସ ଦୋକାନ ଖୋଲିବା ପାଇଁ ଅନୁମତି ଥିବା ବେଳେ ବାଲିଗୁଡ଼ା ଏନ୍ଏସି ବଜାର ରେ ପ୍ରାୟ ସମସ୍ତ ଦୋକାନ ଖୋଲିବା ପରି ଖୋଲା କରି ଗହଳି କରିବା ସହ ସାମାଜିକ ଦୂରତା ଉଲ୍ଲଘଂନ କରିଥିବା ଅଭିଯୋଗ ରେ ଆଜି ତହସିଲଦାର ଶ୍ରୀ ପାତ୍ର ୭ ଟି ଦୋକାନ ସିଲ୍ କରିଥିବା ସୁଚନା ଦେଇଛନ୍ତି।

ଏହି ମଧ୍ୟରେ ୪ ଟି ଲୁଗା ଦୋକାନ , ୨ ଟି ମୋବାଇଲ ଦୋକାନ ଓ ୧ ଟି ଚୁଡି ଦୋକାନ ସିଲ୍ କରିବା ସୁଚନା ଦେଇଛନ୍ତି। ତହସିଲଦାରଙ୍କ ଏହି କାର୍ଯ୍ୟକଳାପକୁ ସବୁ ବର୍ଗରେ ପ୍ରଶଂସା କରିବା ସହ ସହ ଏହି କାର୍ଯ୍ୟ କୁ ସ୍ଵାଗତ ମଧ୍ୟ କରିଛନ୍ତି । ବାଲିଗୁଡ଼ା ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଯେତେ ବାଟ ଓଗାଳିଲେ ମଧ୍ୟ ଅମାନିଆ ଯୋରା ବାଟ ଦେଇ ବାଇକ୍ ଯୋଗେ ଏନ୍ଏସି ବଜାର ମଧ୍ୟ କୁ ପ୍ରବେଶ କରି ଅଯଥା ଛକ ଗୁଡିକ ରେ ଏକତ୍ରିତ ହୋଇ ଗୁଲି ଖଟି କରିବା ଦେଖିବାକୁ ମିଳିଛି ।

ଏଣୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଯେ, ବାଇକ୍ ବାଳକ ମାନଙ୍କୁ କଡାରୁ କଡା ଦଣ୍ଡ ଓ ଅମାନିଆ ଦୋକାନୀ ମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କଲେ ସାବାଡ ହେବାସହ ବଢିବା ସଂକ୍ରମଣ ଭୟ ମଧ୍ୟ ଦୂର ହୋଇ ପାରିବ ବୋଲି ଆଲୋଚନା ହେଉଛି ।

Exit mobile version