Site icon Awaj Media

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜୁରୁକୁପୁଡ଼ା ଗ୍ରାମବାସୀ : ନାଳ ଓ ଚୁଆ ପାଣି ସାହା ଭରସା

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କାର ବସୁଧା ଭଳି ବିଭିନ୍ନ ପ୍ରକାର ଜଳ ପ୍ରକଳ୍ପ ଯୋଜନା ପାଇଁ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏହି ଭଳି ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ପଞ୍ଚାୟତର ଜୁରୁକୁପଡା ଗ୍ରାମରେ ପହଞ୍ଚି ପାରିନାହିଁ l ଫଳରେ ଜୁରକୁପଡା ଗ୍ରାମବାସୀ ଙ୍କ ବଦଳୁନି ସମସ୍ୟା । ଏହି ସମସ୍ୟା ମଧ୍ୟରେ ବର୍ତ୍ତମାନ ପ୍ରବଳ ଖରା ଯୋଗୁଁ ପାଣି ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି l ଉକ୍ତ ଗ୍ରାମରେ କୂଅ ଏବଂ ନଳକୂପ ଥିଲେ ମଧ୍ୟ ପାଣି ପାଇଁ ଲୋକେ ଡହକବିକଳ ହେଉଛନ୍ତି। କୂଅ ଏବଂ ନଳକୂପ ଥିଲେ ମଧ୍ୟ ଖରା ଦିନରେ ପାଣି ଶୁଖି ଯାଇଥାଏ । ଯାହା ଫଳରେ ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ନାଳରୁ ଚୁଆ ଖୋଳି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି । ଖରାଦିନେ ପ୍ରତ୍ୟେକ ପରିବାର ଏହି ଚୁଆ ଉପରେ ନିର୍ଭର କରିଥାନ୍ତି । ସେହି ପାଣିକୁ ମଧ୍ୟ ଗାଈଗୋରୁ , ଛେଳି ଏବଂ ମେଣ୍ଢା ଆଦି ସ୍ଥଳଚର ପ୍ରାଣୀ ପିଇବା ପାଇଁ ବ୍ୟବହାର କରନ୍ତି । ଏହି ଗ୍ରାମରେ ୪୫ ଟି ପରିବାର ରୁହନ୍ତି । ପାଣିର ସମସ୍ୟା ସୁଧୁରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଜରିଆରେ ସରକାରଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଛନ୍ତି ଗ୍ରାମବାସୀ , ହେଲେ ଫଳ କିନ୍ତୁ ଶୂନ l ରାଜ୍ୟ ସରକାରଙ୍କ ୨୦ ବର୍ଷ ଶାସନ କାଳ ଭିତରେ ମଧ୍ୟ ଏହି ଭଳି ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ଥିବାରୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉକ୍ତ ଗ୍ରାମବାସୀ କିପରି ସ୍ଵଛ ପାନୀୟ ଜଳ ପାଇ ପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ସମେତ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l

Exit mobile version