Site icon Awaj Media

ପ୍ରମାଣ ପତ୍ର ନ ଥିବା କ୍ଲିନିକକୁ ସିଲ କଲା ପ୍ରଶାସନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କୋଭିଡ଼ ଭଳି ମହାମାରୀ ସମୟରେ ଦେଖା ଦେଇଛି ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ , ଡାକ୍ତରୀ ପାଠ ନ ପଢ଼ି କିମ୍ବା ଫାର୍ମାସି ନକରି ଲୋକଙ୍କୁ କରୁଛନ୍ତି ଚିକିତ୍ସା । ଏଭଳି ଭୁଲ୍‌ ଚିକିତ୍ସା ଯୋଗୁଁ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏଭଳି ଏକ କ୍ଵାକ କ୍ଲିନିକକୁ ସିଲ କରିଛି ଦାରିଙ୍ଗବାଡ଼ି ପ୍ରଶାସନ । ଦାରିଙ୍ଗବାଡ଼ି ବ୍ଲକ ରୋଡ ପାର୍ଶ୍ଵ ରେ ରହିଥିବା ଏକ କ୍ଵାକ କ୍ଲିନିକ ଉପରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ମେଡ଼ିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପ୍ରମୁଖ ମିଳିତ ଚଢ଼ାଉ କରି କ୍ଲିନିକକୁ ସିଲ କରିଥିବା ଦେଖିବାକୁ ମିଳିଛି । ଉକ୍ତ କ୍ଲିନିକରେ ଲୋକଙ୍କୁ ଜ୍ଵର ,ଥଣ୍ଡା କିମ୍ବା କାଶ ହେଲେ କୋଭିଡ଼ ଟେଷ୍ଟ କରାଇବାକୁ କହିବା ପରିବର୍ତ୍ତେ ନିଜ କ୍ଲିନିକରେ ମନଇଛା ରୋଗୀଙ୍କୁ ମାରୁମାରୁ ମହାପାତ୍ର ଭଳି ସାଲାଇନ, ମେଡ଼ିସିନ ଦେଇ ଚିକିତ୍ସା କରୁଥିଲେ । ଏପରିକି ଉକ୍ତ କ୍ଲିନିକରେ ଚିକିତ୍ସା କରୁଥିବା କ୍ଵାକ କୌଣସି ଡାକ୍ତର ପାଠ କିମ୍ବା ଫାର୍ମାସି କରି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉକ୍ତ କ୍ୱାକ ଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳ ର ପ୍ରସିତ ସମାଜ ପାତ୍ର । ଏପରିକି କୌଣସି ଲାଇସେନ୍ସ ମଧ୍ୟ ନଥିବା ମେଡିକାଲ ଇନଚାର୍ଜ ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି । ଏହି କ୍ଲିନିକକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରା ଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରା ଯାଉଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ସାହୁ, ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ସାମିଲ ଥିଲେ ।

Exit mobile version